https://www.hindustantimes.com/
ମୁମ୍ବାଇ: କମେଡିଆନ୍ କପିଲ୍ ଶର୍ମାଙ୍କ ଝିଅର ପ୍ରଥମ ଫଟୋ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି। ଫଟୋଟି କପିଲଙ୍କର ଜଣେ ପ୍ରଶଂସକଙ୍କ ଦ୍ବାରା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଫଟୋଟି କପିଲ୍ ଶର୍ମାଙ୍କ ମାଆଙ୍କ ଜନ୍ମଦିନ ଉତ୍ସବର ବୋଲି ଜାଣିବାକୁ ମିଳିଛି। ଫଟୋରେ କପିଲ୍ ତାଙ୍କ ଝିଅକୁ କୋଳରେ ଧରି ତାକୁ ଗେହ୍ଳା କରୁଥିବାର ଦେଖିବାକୁ ମିଳିଛି।
କେବଳ ସେତିକି ନୁହେଁ, କପିଲ୍ଙ୍କ ମାଆଙ୍କ ଜନ୍ମଦିନ ଉତ୍ସବର ଭିଡିଓ ବି ଟ୍ବିଟର୍ରେ ଦେଖିବାକୁ ମିଳିଛି। ଭିଡିଓରେ କପିଲ୍ ତାଙ୍କ ଝିଅକୁ କୋଳରେ ଧରି ଝୁଲାଉଥିବାର ଦୃଶ୍ୟ ରହିଛି। ସେଠାରେ କପିଲଙ୍କ ପରିବାର ସଦସ୍ୟଙ୍କ ସହ ତାଙ୍କର କିଛି ବନ୍ଧୁ ଓ ପ୍ରଶଂସକ ଥିବାର ନଜର ଆସିଛି।
କପିଲଙ୍କ ମାଆ ତାଙ୍କ ଜନ୍ମଦିନ କେକ୍ କାଟି ପ୍ରଥମ ଖଣ୍ଡ କପିଲ୍ଙ୍କୁ ଦେଉଥିବା ବେଳେ ଦ୍ବିତୀୟ ଖଣ୍ଡ କପିଲ୍ଙ୍କ ପତ୍ନୀ ଗିନ୍ନିଙ୍କୁ ଖୁଆଉଛନ୍ତି। ଜଣେ ଟ୍ବିଟର୍ ବ୍ୟବହାରକାରୀ ଭିଡିଓଟିକୁ ଟ୍ବିଟର୍ରେ ସେୟାର କରି ଜନକ ଆଣ୍ଟିଙ୍କ ଜନ୍ମଦିନ ପାଳନ ବୋଲି ଲେଖିଛନ୍ତି।
ଉଲ୍ଳେଖଯୋଗ୍ୟ, କମେଡିଆନ୍ କପିଲ୍ ଶର୍ମା ଡିସେମ୍ବର ୧୦ ତାରିଖରେ ସେ ବାପା ହେବା କଥା ଘୋଷଣା କରିଥିଲେ। ସେ ଓ ତାଙ୍କ ପତ୍ନୀ ଏକ ସୁନ୍ଦର କନ୍ୟା ସନ୍ତାନର ବାପାମାଆ ହୋଇଛନ୍ତି ବୋଲି ଟ୍ବିଟ୍ରରେ ଲେଖିବା ସହ ତାଙ୍କ ଶିଶୁ ପାଇଁ ଆଶୀର୍ବାଦ ଚାହିଁଥିଲେ। ଶେଷରେ ସେ ସମସ୍ତଙ୍କୁ ଭଲପାଇବା ଦେବା ସହ ଓ ଜୟ ମାତା ଦୀ ବୋଲି ଲେଖିଥିଲେ।
Follow Us