ପୂଜା ବଜାରରେ ପ୍ରଥମ ଥର

Advertisment

ଓଲିଉଡ୍‌ ନାୟକ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ‘କାଉଁରୀ କନ୍ୟା’, ‘ଟପୋରି’, ‘ଅ ଆ ହର୍ଷେଇ’, ‘ବ୍ଲାକ୍‌ମେଲ୍‌‘ ଓ ‘ପରଦେଶୀ ଚଢ଼େଇ’ ମୁକ୍ତିଲାଭ କରିଛି। ହେଲେ ଏସବୁ ମଧ୍ୟରୁ କୌଣସି ଗୋଟିଏ ବି ଦଶହରା ଅବସରରେ ମୁକ୍ତିଲାଭ କରି ନଥିଲା।

ଓଲିଉଡ୍‌ ନାୟକ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ‘କାଉଁରୀ କନ୍ୟା’, ‘ଟପୋରି’, ‘ଅ ଆ ହର୍ଷେଇ’, ‘ବ୍ଲାକ୍‌ମେଲ୍‌‘ ଓ ‘ପରଦେଶୀ ଚଢ଼େଇ’ ମୁକ୍ତିଲାଭ କରିଛି। ହେଲେ ଏସବୁ ମଧ୍ୟରୁ କୌଣସି ଗୋଟିଏ ବି ଦଶହରା ଅବସରରେ ମୁକ୍ତିଲାଭ କରି ନଥିଲା।

fhfshfsh

ଓଲିଉଡ୍‌ ନାୟକ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ‘କାଉଁରୀ କନ୍ୟା’, ‘ଟପୋରି’, ‘ଅ ଆ ହର୍ଷେଇ’, ‘ବ୍ଲାକ୍‌ମେଲ୍‌‘ ଓ ‘ପରଦେଶୀ ଚଢ଼େଇ’ ମୁକ୍ତିଲାଭ କରିଛି। ହେଲେ ଏସବୁ ମଧ୍ୟରୁ କୌଣସି ଗୋଟିଏ ବି ଦଶହରା ଅବସରରେ ମୁକ୍ତିଲାଭ କରି ନଥିଲା। ପ୍ରଥମ ଥର ପାଇଁ ପୂଜା ବଜାରରେ ପରଦାକୁ ଆସୁଛନ୍ତି ଅର୍ଦ୍ଧେନ୍ଦୁ। ଆଉ ଯେଉଁ ସିନେମା ଜରିଆରେ ପୂଜା ବଜାରରେ ତାଙ୍କର ପ୍ରଥମ ପଦାର୍ପଣ ହେବାକୁ ଯାଉଛି, ତାହା ହେଲା ‘ଭିଲେନ୍’।

ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜକ ହେଲେ ଆଦିକନ୍ଦ ସାହୁ। କେ.ମୁରଲୀ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଛବିରେ ଅର୍ଦ୍ଧେନ୍ଦୁଙ୍କ ନାୟିକା ବନିଛନ୍ତି ତମନ୍ନା। ଏହାଛଡ଼ା ଉଷସୀ ମିଶ୍ର, ବବି ମିଶ୍ର, କେ କେ, ସମରେଶ, ହର ରଥ, ବ୍ରଜ ସିଂହ, ରବି ମିଶ୍ର, ରାଜୁ ଦାସ ଓ ସୋମୁ ପ୍ରମୁଖ ବି ‘ଭିଲେନ୍‌’ରେ ନଜର ଆସିବେ। ଦେବୀଦତ୍ତ ମହାନ୍ତି ଏହାର କାହାଣୀକାର ଏବଂ ଲୁବୁନ-ଟୁବୁନ ଓ ବିଦୁ କୋରିଓଗ୍ରାଫର୍। ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ରଚନା କରିଛନ୍ତି ବାପୁ ଗୋସ୍ବାମୀ ଓ ତପୁ ନାୟକ। ପ୍ରଥମ ଥର ପୂଜା ବଜାରରେ ଆସି ଅର୍ଦ୍ଧେନ୍ଦୁ ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe