ପ୍ରଥମ ଋତୁସ୍ରାବ ଦିନ ଏହି ଉପହାର ମିଳିଥିଲା ରାଧିକା ଆପଟେଙ୍କୁ

ପ୍ରଥମ ଋତୁସ୍ରାବ ଦିନ ଏହି ଉପହାର ମିଳିଥିଲା ରାଧିକା ଆପଟେଙ୍କୁ

photo-.indianexpress.com

ମୁମ୍ବାଇ: ଅକ୍ଷୟ କୁମାର,ରାଧିକା ଆପଟେ ଏବଂ ସୋନମ୍‌ କପୁରଙ୍କ ଅଭିନୀତ ନୂଆ ସିନେମା ‘ପ୍ୟାଡମ୍ୟାନ୍‌’ର ଏକ ନୂଆ ଗୀତ ରିଲିଜ୍‌ ଅବସରରେ ରାଧିକା ଏକ ନୂଆ କଥା କହିଛନ୍ତି ,ଯାହା ସେ କେବେ କାହାରିକୁ କହି ନଥିଲେ। ଟ୍ଵିଙ୍କିଲ ଖାନ୍ନା ଏହି ସିନେମାରୁ ପ୍ରଯୋଜନାରେ ପାଦ ଦେଇଛନ୍ତି। ଆର ବାଲକୀ‘ପ୍ୟାଡମ୍ୟାନ୍‌’ର ନିର୍ଦ୍ଦେଶକ। ଏହି ସିନେମାରେ ରାଧିକା ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି।

publive-image photo-navbharattimes

ସେ କହିଛନ୍ତି ଯେ ତାଙ୍କ ପରିବାରରେ ସମସ୍ତେ ଡାକ୍ତର ହୋଇଥିବା ହେତୁ ସମସ୍ତେ ପିରିଅଡସ୍‌ ବା ଋତୁସ୍ରାବକୁ ନେଇ ବେଶ ସଚେତନ। ରାଧିକାଙ୍କୁ ବି ବହୁ ଆଗରୁ ପିରିଅଡସ୍‌ ସଂପର୍କରେ ସୂଚିତ କରାଯାଇଥିଲା । ଏଣୁ ସେ ଆଦୌ ଚିନ୍ତିତ ନଥିଲେ । ଏହି ସମୟରେ ଶାରୀରିକ ପରିବର୍ତ୍ତନ ବିଷୟରେ ବି ଭଲ ଭାବେ ଜାଣିଥିଲେ ସେ ବୋଲି କହିଛନ୍ତି। ସବୁଠୁ ବଡ଼ କଥା ହେଲା ଯେ ଯେଉଁ ଦିନ ତାଙ୍କର ପ୍ରଥମ ଋତୁସ୍ରାବ ହୋଇଥିଲା ସେହି ଦିନ ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ନିମନ୍ତ୍ରିତ ହୋଇଥିବା ଅତିଥିମାନେ ବି ରାଧିକା ଆପଟେଙ୍କ ପାଇଁ ଉପହାର ନେଇ ଆସିଥିଲେ। ରାଧିକା ସେଦିନ ପଇସା ସଞ୍ଚୟ କରିବାପାଇଁ ଏକ ଘଡ଼ି ଉପହାର ପାଇ ଖୁବ୍‌ ଖୁସି ହୋଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe