Advertisment

ଓଲିଉଡ ନାୟିକା ଏଲସାଙ୍କର କାହା ଉପରେ ଆଦୌ ନିୟନ୍ତ୍ରଣ ନାହିଁ ଜାଣନ୍ତି କି !

Advertisment
ଓଲିଉଡ ନାୟିକା ଏଲସାଙ୍କର କାହା ଉପରେ ଆଦୌ ନିୟନ୍ତ୍ରଣ ନାହିଁ ଜାଣନ୍ତି କି !

ଭୁବନେଶ୍ୱର :ଓଲିଉଡର ଲୋକପ୍ରିୟ ନାୟିକା ଏଲ୍‌ସା ଇତିମଧ୍ୟରେ ତିନିଟି ଓଡ଼ିଆ ଛବି ଓ ଗୋଟିଏ ତେଲୁଗୁ ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିସାରିଲେଣି।

ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଦୀପୁ ଦ ଡ୍ୟାନ୍‌ସ ବୟ’ରେ ନାୟକ ଥିଲେ ମନୋଜ ରାଉତ। ଏଥିରେ ଏଲିସାଙ୍କ ଅଭିନୀତ ଚରିତ୍ରର ନାଆଁ ଥିଲା ସୌମ୍ୟା। ତା’ପରେ ଏଲିସାଙ୍କୁ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ‘ଭୈରବ’ ସିନେମାରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଅଭିନୀତ ଚରିତ୍ର ଥିଲା ସୁରଭି।

ଏବେ ସେ  ତାଙ୍କ ଅଭିନୀତ ଏକ ତେଲୁଗୁ -ଓଡ଼ିଆ ଦ୍ୱିଭାଷୀ ସିନେମା ‘କ୍ରିଷ୍ଣାସାହୁ ସୁପରମାର୍କେଟ୍‌’ ବି ରିଲିଜ୍‌ ଅପେକ୍ଷାରେ ରହିଛି। ଏହାଛଡା ଏଲ୍‌ସା ‘ପ୍ରେମ୍‌ କଥା’ ଟାଇଟଲରେ ନିର୍ମିତ ଏକ ବଙ୍ଗଳା ସିନେମାରେ ମଧ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଆଗାମୀ ଓଡ଼ିଆ ସିନେମା ଭିତରେ ରହିଛି ‘ତୁ ମୋ’ ସୁନା ଚଢେଇ’ ଏବଂ ‘ଫିଲ୍‌ ମାଇଁ ଦିଲ୍‌’।

‘ତୁ ମୋ’ ସୁନା ଚଢେଇ’ର ଇଚ୍ଛାଧାରୀ ନାଗୁଣୀ ଭୂମିକାରେ ଆସୁଛନ୍ତି ଏଲ୍‌ସା । ଏଲ୍‌ସାଙ୍କର ପ୍ରିୟ ବଲିଉଡ୍‌ ନାୟିକା ହେଲେ ଦୀପିକା ପାଦୁକୋନ୍‌। ଓଲିଉଡର ନାମୀ ନାୟିକା ରଚନା ବାନାର୍ଜୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେ ନିଜର ପ୍ରିୟ ନାୟିକା ବୋଲି କହନ୍ତି  ।

publive-image

ଏଲସା ଭାରି ଫୁଡି। ଏଲସା ଖାଇବା ପିଇବା ମାମଲାରେ ଏକଦମ୍‌ ବିନ୍ଦାସ୍‌। ସେ ଖାଇବାକୁ ଆଦୌ ନିୟନ୍ତ୍ରଣ କରିପାରନ୍ତି ନାହିଁ। ନିଜକୁ ଜଣେ ଭାରି ଫୁଡି ବୋଲି ଜଣାଇବାରେ ସଙ୍କୋଚ ନାହିଁ ତାଙ୍କର। ଜଙ୍କ୍‌ ଫୁଡ୍‌ ତାଙ୍କର ସବୁଠୁ ଅଧିକ ବୋଲି କହନ୍ତି ଏଲ୍‌ସା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe