ଏଥି ପାଇଁ ବିଦେଶୀ ବର ଖୋଜିଲେ ପ୍ରିୟଙ୍କା, ପ୍ରଥମ ଥର ପାଇଁ ଜଣାଇଲେ କାରଣ

Advertisment
ଏଥି ପାଇଁ ବିଦେଶୀ ବର ଖୋଜିଲେ ପ୍ରିୟଙ୍କା, ପ୍ରଥମ ଥର ପାଇଁ ଜଣାଇଲେ କାରଣ

India Today

ମୁମ୍ବାଇ : ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡିିସେମ୍ବରରେ ନିଜର ପ୍ରେମିକ ନିକ୍‌ ଜୋନସ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ଦୁହିଁଙ୍କର ନିର୍ବନ୍ଧ ସରିଥିବା ବେଳେ ଏବେ ଠାରୁ ଦୁହିଁଙ୍କ ବିବାହ ଉତ୍ସବ ପାଳନ ଆରମ୍ଭ ହୋଇଥିବା ଜଣା ପଡ଼ିଛି । ହଠାତ୍‌ ଜଣେ ବିଦେଶୀ ପପ୍‌ ସିଙ୍ଗରଙ୍କୁ ଡ଼େଟ୍‌ କରିବା, ପରେ ନିର୍ବନ୍ଧ ଏବଂ ଏବେ ବିବାହର ଖବର ଆସି ସାରିଥିବା ବେଳେ ପ୍ରିୟଙ୍କା କ’ଣ ପାଇଁ ଏକ ବିଦେଶୀ ଯୁବକଙ୍କୁ ନିଜ ଜୀବନସାଥୀ ଭାବେ ବାଛିଲେ ଏହି ପ୍ରଶ୍ନ ଅନେକଙ୍କ ମନରେ ଆସିଥିଲା । ଏବେ ଏହାର ଉତ୍ତର ରଖିଛନ୍ତି ପ୍ରିୟଙ୍କା । କ’ଣ ପାଇଁ ସେ ନିକ୍‌ଙ୍କୁ ନିଜ ଜୀବନସାଥୀ ଭାବରେ ବାଛିଲେ ତାହା ସେ ସମସ୍ତଙ୍କୁ ଜଣାଇଛନ୍ତି ।

publive-image NewsX

ନ୍ୟୁୟର୍କରେ ସେ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି ସେ କହିଥିଲେ, "ମୁଁ ଏକ ଏମିତି ଜୀବନସାଥୀ ଚାହୁଁଥିଲି, ଯିଏ ମୋତେ ସମ୍ମାନ ଦେଉଥିବ । ତା’ମାନେ ନୁହଁ ଯେ ସେ ମୋ ପାଇଁ ସକାଳୁ ଉଠି କଫି ତିଆରି କରିବ । ସମ୍ମାନ ମାନେ ମୁଁ କରିଥିବା କଷ୍ଟ ଏବଂ ସଂଘର୍ଷକୁ ବୁଝିବା ସହ ତାକୁ ସମ୍ମାନ କରୁଥିବ । ଗୋଟେ ସଂପର୍କରେ ସମ୍ମାନ ଏବଂ ବିଶ୍ୱାସ ରହିବା ନିହାତି ଆବଶ୍ୟକ ଏବଂ ମୁଁ ଚାହୁଁଥିବା ମଣିଷ ମୋତେ ବିଦେଶୀ ଯୁବକ ନିକ୍‌ଙ୍କ ମଧ୍ୟରେ ମିଳିଲା । ଯେଉଁଥି ପାଇଁ ମୁଁ ତାଙ୍କୁ ବାଛିଲି ବୋଲି ପ୍ରିୟଙ୍କା କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe