ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷି ପୋଖରିଆଲ ନିଶଙ୍କଙ୍କଠାରୁ ଫିଲ୍ମ ନିର୍ମାଣ ନାମରେ ୪ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଏହି ମାମଲାରେ ମହିଳା ଚଳଚ୍ଚିତ୍ର ପ୍ରଯୋଜକଙ୍କ ସମେତ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଆରୁଷି ଏହି ଲୋକମାନଙ୍କ ନାମରେ ତାଙ୍କ ବାପାଙ୍କୁ ମିଥ୍ୟା ମାମଲାରେ ଫସାଇବା ସହିତ ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ଅଧିକପଢ଼ନ୍ତୁ:କଟକରେ ୨ୟ ଦିନିକିଆ: ଇଂଲଣ୍ଡର ବ୍ୟାଟିଂ ଜାରି..., ଗୋଟିଏ କ୍ଲିକରେ ଜାଣନ୍ତୁ ଖବର


ଏସଏସପି ଅଜୟ ସିଂହଙ୍କ ସୂଚନା ଅନୁଯାୟୀ, ଆରୁଷି ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ କେବଳ ଫିଲ୍ମ ପ୍ରଯୋଜନା କରନ୍ତି ନାହିଁ ବରଂ ହିମଶ୍ରୀ ଫିଲ୍ମସ ମାଧ୍ୟମରେ ଅଭିନୟ ମଧ୍ୟ କରନ୍ତି। ମାନସୀ ବରୁଣ ୱାଗଲା ଏବଂ ବରୁଣ ପ୍ରମୋଦ କୁମାର ୱାଗଲା ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ଡେରାଡୁନସ୍ଥିତ ତାଙ୍କ ଘରେ ଭେଟିଥିଲେ।

ଏହି ଭେଟ ସମୟରେ ସେମାନେ ମିନି ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଅଟନ୍ତି ଏବଂ 'ଆଙ୍ଖୋଁ କି ଗୁସ୍ତାଖିଆଁ' ଫିଲ୍ମ ତିଆରି କରୁଛନ୍ତି। ଯେଉଁଥିରେ ଶନାୟା କପୁର ଏବଂ ବିକ୍ରାନ୍ତ ମେସି ଭଳି ବଡ଼ ଅଭିନେତା କାମ କରୁଛନ୍ତି ବୋଲି କହିଥିଲେ।

ସେମାନେ ଫିଲ୍ମ ପାଇଁ ଏକ ଭୂମିକା ପ୍ରଦାନ କରି  ୫ କୋଟି ଟଙ୍କା ନିବେଶ କରିବାକୁ କହିଥିଲେ।  ସମଗ୍ର ପ୍ରକଳ୍ପର ୧୫ ପ୍ରତିଶତ ଲାଭ, ଅର୍ଥାତ୍ ୧୫ କୋଟି ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରଲୋଭିତ ମଧ୍ୟ କରିଥିଲେ।

ଏଥିସହିତ କୁହାଯାଇଥିଲା କି  ଇଚ୍ଛା ଅନୁସାରେ ଭୂମିକାର ସ୍କ୍ରିପ୍ଟକୁ ଚୂଡ଼ାନ୍ତ କରିହେବ। ଯଦି  ଭୂମିକା ପସନ୍ଦ ନ ଆସେ, ତେବେ  ୫ କୋଟି ଟଙ୍କା ୧୫ ପ୍ରତିଶତ ସୁଧ ସହିତ ଫେରସ୍ତ କରାଯିବ। ଏହା ପରେ  ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଅଧିକପଢ଼ନ୍ତୁ:ସଙ୍ଗୀତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ କର୍ମଚାରୀ

ଗତ ବର୍ଷ ଅକ୍ଟୋବର ୧୦, ୨୭, ୩୦ ଏବଂ ନଭେମ୍ବର ୧୯ ତାରିଖରେ ଚାରିଟି କିସ୍ତିରେ ଆରୁଷି ଚାରି କୋଟି ଟଙ୍କା ଦେଇଥିଲେ। ଏହା ପରେ ଉଭୟ ଅଭିଯୁକ୍ତ କାମ ଦେଇ ନଥିଲେ କି ତାଙ୍କ ଟଙ୍କା ଫେରାଇ ନଥିଲେ। ଟଙ୍କା ମାଗିଲେ ଓଲଟି ଧମକ ଦେବା ଆରମ୍ଭ କରି ଦେଉଥିଲେ।