ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଚକ୍ରବର୍ତ୍ତୀଙ୍କ ଅଫିସରୁ ୪୦ ଲକ୍ଷ ଟଙ୍କା ଚୋରି ହୋଇଛି। ଏହି ଚୋରି ଘଟଣା ସମ୍ପର୍କରେ ପ୍ରୀତମଙ୍କ ମ୍ୟାନେଜର ମୁମ୍ବାଇର ମଲାଡ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

Advertisment

ଅଧିକପଢ଼ନ୍ତୁ:ସ୍କାଏଡାଇଭିଂ ସମୟରେ ଯୁବକ ହୃଦ୍‌ଘାତର ଶିକାର: ହୃଦୟ ବିଦାରକ ଭିଡିଓ ଭାଇରାଲ

ପ୍ରୀତମଙ୍କ ମ୍ୟାନେଜର ବିନୀତ ଛେଡା ପୁଲିସକୁ ଚୋରି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ‘ କିଛି ଦିନ ପୂର୍ବେ ଜଣେ ବ୍ୟକ୍ତି ପ୍ରୀତମଙ୍କ କାମ ପାଇଁ ଅଫିସକୁ ୪୦ ଲକ୍ଷ ଟଙ୍କା ଆଣିଥିଲେ। ଉକ୍ତ ଟଙ୍କାକୁ ମୁଁ ନେଇ ମୁମ୍ବାଇ କାର୍ଯ୍ୟାଳୟରେ ରଖି ଆସିଥିଲି। ସେ ସମୟରେ ପ୍ରୀତମଙ୍କ ଅଫିସରେ କାମ କରୁଥିବା ଆଶିଷ ସାୟଲ ନାମକ ଜଣେ ବ୍ୟକ୍ତି ଅଫିସରେ ଉପସ୍ଥିତ ଥିଲେ।

ମୁଁ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ ପ୍ରୀତମଙ୍କ ଘରକୁ ଯାଇଥିଲି ।  ଦସ୍ତଖତ କରି ସେଠାରୁ ଯେତେବେଳେ ଅଫିସକୁ ଫେରିଥିଲି ଦେଖିଥିଲି ଟଙ୍କା ଭର୍ତ୍ତି ଥିବା ବ୍ୟାଗଟି ଆଉ ସେଠାରେ ନାହିଁ। ମୁଁ ଯେତେବେଳେ ବ୍ୟାଗ ବିଷୟରେ ଅନ୍ୟ କର୍ମଚାରୀମାନଙ୍କୁ ପଚାରିଥିଲି ସେମାନେ ଆଶିଷ ସାୟାଲ ଟଙ୍କା ଭର୍ତ୍ତି ବ୍ୟାଗ ନେଇଯାଇଥିବା ସୂଚନା ଦେଇଥିଲେ। 

କର୍ମଚାରୀଙ୍କ କଥା ଶୁଣି ମୁଁ ଯେତେବେଳେ ଆଶିଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି ତାଙ୍କ ମୋବାଇଲ୍ ବନ୍ଦ ଥିଲା।  ଏନେଇ ମୁଁ ମୁମ୍ବାଇର ମଲାଡ ପୁଲିସ ଷ୍ଟେସନରେ ଚୋରି ମାମଲା ରୁଜୁ କରିଛି। ପୁଲିସ  ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଧିକପଢ଼ନ୍ତୁ:ବାରବାଟୀରେ ବଡ଼ ଲଢେଇ: ଇଣ୍ଡିଆ- ଇଂଲଣ୍ଡ କଡା ମୁକାବିଲା, ଗୋଟିଏ କ୍ଲିକରେ ଜାଣନ୍ତୁ ଖେଳ ଖବର...

ପ୍ରୀତମ ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ। ସେ ଅନେକ ବଡ଼ ବଡ଼ ଷ୍ଟାରଙ୍କ ପାଇଁ ହିଟ୍ ଗୀତ ତିଆରି କରିଛନ୍ତି। ପ୍ରୀତମ ୧୯୯୭ ମସିହାରେ ମୁମ୍ବାଇ ଆସି ପ୍ରାରମ୍ଭିକ ସମୟରେ ବିଜ୍ଞାପନ ଜିଙ୍ଗଲ୍ ରଚନା କରୁଥିଲେ। 
ସେ "ଆସ୍ତିତ୍ୱ", "କାବ୍ୟଞ୍ଜଳି", "ୟେ ମେରୀ ଲାଇଫ୍ ହୈ", "ରିମିକ୍ସ", "କାଶ୍ମୀର", "ମିଲି ଔର "ଦିଲ୍ କରେ" ଭଳି ସୋ' ପାଇଁ ଟାଇଟଲ୍ ଟ୍ରାକ୍ ମଧ୍ୟ ଲେଖିଛନ୍ତି।