ଅନୁରାଗଙ୍କ ସମର୍ଥନରେ ପୂର୍ବତନ ପତ୍ନୀ

Advertisment
ଅନୁରାଗଙ୍କ ସମର୍ଥନରେ ପୂର୍ବତନ ପତ୍ନୀ

reportdoor.com

ଅନୁରାଗଙ୍କ ସପକ୍ଷରେ ବାହାରିଲେ ତାଙ୍କ ପୂର୍ବତନ ପତ୍ନୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଆରତୀ ବଜାଜ୍‌। ଅଭିନେତ୍ରୀ ପାୟଲ ଘୋଷଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ଅନୁରାଗଙ୍କ ସପକ୍ଷରେ ବାହାରିଛନ୍ତି ଆରତୀ। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ଆରତୀ ଲେଖିଛନ୍ତି, ଅନୁରାଗ ମହିଳା କର୍ମକର୍ତାଙ୍କ ସୁରକ୍ଷାକୁ ସବୁବେଳେ ସୁନିଶ୍ଚିତ କରିଥାଆନ୍ତି। ଅନୁରାଗ ତୁମେ ରକ୍‌ଷ୍ଟାର୍‌। ତୁମେ ଯେପରି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାମ କର, ତାହା ଜାରି ରଖିବା ସହ ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥଳ ପ୍ରସ୍ତୁତ ରଖ। ଦୁନିଆରେ ବେକାର ଲୋକଙ୍କ ସଂଖ୍ୟା ବଢ଼ି ଯାଇଛି। ଅନ୍ୟକୁ ଘୃଣା କରିବାରେ ସମସ୍ତ ଶକ୍ତି ଅପଚୟ କରୁଥିବା ବ୍ୟକ୍ତି ଯଦି ନିଜର ରଚନାତ୍ମକ କାର୍ଯ୍ୟରେ ସେ ଉର୍ଜାକୁ ବିନି‌ଯୋଗ କରନ୍ତେ, ତେବେ ଦୁନିଆ ବଦଳିଯା’ନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe