ଆର ବର୍ଷକୁ ଆସିବେ ଓଲିଉଡର ଏହି ଫ୍ରେସ୍‌ ଯୋଡି

ଆର ବର୍ଷକୁ ଆସିବେ ଓଲିଉଡର ଏହି ଫ୍ରେସ୍‌ ଯୋଡି

ଭୁବନେଶ୍ୱର: ୨୦୧୮ରେ ଦର୍ଶକ ଏକ ନୂଆ ଯୋଡିକୁ ପରଦାରେ ଦେଖିବାକୁ ପାଇବେ । ଏହି ଯୋଡି ହେଲେ ଆର୍ଯ୍ୟନ୍‌-ନିକିତାଙ୍କ ଯୋଡି । ହଁ ଏହି ଯୋଡି ଯେଉଁ ସିନେମାରେ ପ୍ରଥମ ଥର ଲାଗି ନଜର ଆସିବେ ତାହାର ଟାଇଟଲ ହେଲା ‘ଯୋଗୀ’ । ଏଥି ରେ ଆର୍ଯ୍ୟନ୍‌ଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପ୍ରଭୁ।

କାହାଣୀ ଅନୁଯାୟୀ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ । ଆଉ ସେ ଜଣେ ଗାନ୍ଧିବାଦୀ ପରିବାରର ଝିଅକୁ ଭଲ ପାଉଛି । ଏହି ସିନେମାରେ ଆର୍ଯ୍ୟନଙ୍କ ବିପକ୍ଷରେ ଅଛନ୍ତି ଓଲିଉଡର ଜଣାଶୁଣା ଶିଶୁ କଳାକାର ନିକିତା ମିିଶ୍ର। ଏଥିରେ ନିକିତାଙ୍କ ଭୂମିକା ହେଲା ଗାନ୍ଧିବାଦୀ ପରିବାରର ଝିଅ। ଉଭୟଙ୍କର ପ୍ରେମ ଫେସ ବୁକରେ ହୁଏ। ତାପରେ ସେମାନଙ୍କ ଜୀବନରେ କି ପରିବର୍ତ୍ତନ ଆସେ ତାହାକୁ ନେଇ କାହାଣୀ ଗତିଶୀଳ। କଟକର ଝିଅ ନିକିତାଙ୍କ ସହ ତାଙ୍କର ଯୋଡି ଜମିଯିବ ବୋଲି ଆର୍ଯ୍ୟନ୍‌ ଆଶବାଦୀ। ତା’ଛଡ଼ା ‘ଯୋଗୀ’ ସିନେମା ତାଙ୍କ କ୍ୟାରିଅରକୁ ନୂଆ ମେଡେ ଦେବ ବୋଲି ବି ସେ କହିଛନ୍ତି।

publive-image

‘ଯୋଗୀ’ରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ଜୟୀରାମ ସାମଲ, ସ୍ମିତା ମହାନ୍ତି ,ହର ରଥ ,ମନୋଜ ମିଶ୍ର,ଶ୍ୟାମଳେନ୍ଦୁ ଏବଂ ଅରବିନ୍ଦ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଦୀପକ କୁମାର ଏହାର ସଙ୍ଗୀତ ନିର୍ଦ୍ଦେଶକ। ଇତିମଧ୍ୟରେ ଏହାର ପୋଷ୍ଟ ପ୍ରଡକସନ୍‌ କାମ ସରିଥିବା ସୂଚନା ଦେଇଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା।ଏହି ଫ୍ରେସ୍‌ ଯୋଡି କି କମାଲ୍‌ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe