ରଜରୁ ରାଜ୍

Advertisment

ଗଣପର୍ବ ରଜରେ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଧାରା ବେଶ୍‌ ପୁରୁଣା। ପାର୍ବଣ ମାହୋଲ‌୍‌‌େର ଦର୍ଶକ ହଲ୍‌କୁ ଆସି ଚଳଚ୍ଚିତ୍ର ଦେଖି ମଉଜ କରିବାକୁ ପସନ୍ଦ କରିଥାଆନ୍ତି।

ଗଣପର୍ବ ରଜରେ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଧାରା ବେଶ୍‌ ପୁରୁଣା। ପାର୍ବଣ ମାହୋଲ‌୍‌‌େର ଦର୍ଶକ ହଲ୍‌କୁ ଆସି ଚଳଚ୍ଚିତ୍ର ଦେଖି ମଉଜ କରିବାକୁ ପସନ୍ଦ କରିଥାଆନ୍ତି।

bnmvgft

ଅରିନ୍ଦମ: ୨୦୦୬ ରଜରେ ମୁକ୍ତିଲାଭ କରିଥିଲା ବ୍ରଜରାଜ ମୁଭିଜ୍‌ର ‘ପ୍ରେମଋତୁ ଆସିଲାରେ’। ଏହି ସିନେମାରୁ ନାୟକ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ ଅରିନ୍ଦମ। ଏଥିରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ନମ୍ରତା ଥାପ୍ପା। ପ୍ରଥମ ସିନେମାରେ ହିଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ବିନୟ କୁମାର ନାୟକଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁମୋହନ ସାହୁ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀ ବି ଅଭିନୟ କରିଥିଲେ। ବ୍ୟାବସାୟିକ ସଫଳତା ହାସଲ କରିଥିବା ‘ପ୍ରେମଋତୁ ଆସିଲାରେ’ ପରେ ଅରିନ୍ଦମ ଆଉ ପଛକୁ ଫେରି ଚାହିଁନାହାନ୍ତି। ଇତିମଧ୍ୟରେ ସେ ୩୫ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ସିନେମାରେ ନାୟକ ଭାବେ ଅଭିନୟ କରିସାରିଲେଣି।

ସବ୍ୟସାଚୀ: ଓଲିଉଡ୍‌ର ସୋବର୍‌ ବୟ ସବ୍ୟସାଚୀଙ୍କ ପ୍ରଥମ ସିନେମା  ‘ପାଗଳପ୍ରେମୀ’ ୨୦୦୭ ରଜରେ ମୁକ୍ତିଲାଭ କରିଥିଲା। ଏଥିରେ ଉଚ୍ଚକୋଟୀର ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ସବ୍ୟସାଚୀ ପାଇଥିଲେ ତାଙ୍କ ଜୀବନର ପ୍ରଥମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏ ରମେଶ ପ୍ରସାଦଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପାଗଳପ୍ରେମୀ’ରେ ପ୍ରଦ୍ୟୁମ୍ନ ଲେଙ୍କା, ଦେବଯାନୀ ଓ ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ। ଯଦିଓ ‘ପାଗଳପ୍ରେମୀ’କୁ ଆଶାନୁରୂପ ବ୍ୟାବସାୟିକ ସଫଳତା ମିଳି ନଥିଲା, କିନ୍ତୁ ସବ୍ୟସାଚୀ ପରେ ଆଗଧାଡ଼ିର ନାୟକ ଭାବେ ପରିଗଣିତ ହୋଇଥିଲେ। ଏଯାଏ ସେ ୩୫ରୁ ଅଧିକ ଓଡ଼ିଆ, ତେଲୁଗୁ, ତାମିଲ ଓ ବଙ୍ଗଳା ଛବିରେ ନଜର ଆସିଛନ୍ତି। ଏଥର ରଜରେ ସବ୍ୟସାଚୀଙ୍କ ଅଭିନୀତ ‘ଅନନ୍ତା’ ରିଲିଜ୍‌ ହୋଇଛି।

ବାବୁସାନ୍: ଅରିନ୍ଦମ ଓ ସବ୍ୟସାଚୀଙ୍କ ପରେ ସେଇ ରଜ ରିଲିଜ୍‌ରୁ ହିଁ ଓଲିଉଡ୍‌ ସୁପରଷ୍ଟାର୍‌ ବାବୁସାନ୍ କ୍ୟାରିୟର୍‌ ଆରମ୍ଭ କରିଥି‌ଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ରୋମିଓ ଦ ଲଭର୍ ବୟ’ ୨୦୦୯ ରଜରେ ମୁକ୍ତିଲାଭ କରିଥିଲା। ସଞ୍ଜୟ ନାୟକ(ଟୁଟୁ)ଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏହି ସିନେମାରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା, ଅରିନ୍ଦମ ଓ ପ୍ରୀତିରାଜ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ‘ରୋମିଓ ଦ ଲଭର୍ ବୟ’କୁ ଅବଶ୍ୟ ଆଶାନୁରୂପ ସଫଳତା ମିଳି ନଥିଲେ ହେଁ  ପରବର୍ତ୍ତୀ ସମୟରେ ଅନେକ ହିଟ୍ ଓ ସୁପରହିଟ୍ ସିନେମା ଦେଇ ଦର୍ଶକଙ୍କ ଆଖିର ତାରା ବନିଯାଇଥିଲେ ବାବୁସାନ୍‌। ଇତିମଧ୍ୟରେ ସେ ୪୦ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ଭୋଜପୁରୀ ସିନେମାରେ କାମ କରିସାରିଛନ୍ତି। ଏଥର ରଜରେ ବାବୁସାନ୍‌ଙ୍କ ଅଭିନୀତ ‘ବୋଉ ବୁଟୁ ଭୂତ’ ମୁକ୍ତିଲାଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe