ଅଧ୍ୟାପକରୁ ସଫଳ ସଂଗୀତକାର

ଓଡ଼ିଆ ସଂଗୀତ ପରିସରରେ ସେ ‘ଦାଦା’ ଭାବେ ବେଶ୍‌ ପରିଚିତ। ବହୁ ଲୋକପ୍ରିୟ ଗୀତର ଗାୟକ ତଥା ସ୍ବରକାର- ଅଭିଜିତ୍‌ ମଜୁମ୍‌ଦାର। ସିନେଗୀତ, ଭଜନ, ଆଧୁନିକ ଓ ସମ୍ବଲପୁରୀ ଆଦି ସଂଗୀତର ବିଭିନ୍ନ ବିଭାଗରେ ସେ ନିଜର ପାରଦର୍ଶିତା ପ୍ରମାଣିତ କରିଛନ୍ତି।

aghaddgaadg

ଓଡ଼ିଆ ସଂଗୀତ ପରିସରରେ ସେ ‘ଦାଦା’ ଭାବେ ବେଶ୍‌ ପରିଚିତ। ବହୁ ଲୋକପ୍ରିୟ ଗୀତର ଗାୟକ ତଥା ସ୍ବରକାର- ଅଭିଜିତ୍‌ ମଜୁମ୍‌ଦାର। ସିନେଗୀତ, ଭଜନ, ଆଧୁନିକ ଓ ସମ୍ବଲପୁରୀ ଆଦି ସଂଗୀତର ବିଭିନ୍ନ ବିଭାଗରେ ସେ ନିଜର ପାରଦର୍ଶିତା ପ୍ରମାଣିତ କରିଛନ୍ତି। ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି..’, ‘ଛାତ ଉପରେ କିଏଲୋ..’ ଓ ‘ଯାହା ମୁହଁରେ କପଡ଼ା ତା’ର ବେଶୀ ଲଫଡ଼ା..’ ଭଳି ମନମତାଣିଆ ଗୀତ ସେ ଶ୍ରୋତାଙ୍କୁ ଭେଟି ଦେଇଥିବା ବେଳେ ଅନ୍ୟପଟେ ‘ମାଧବ ହେ ମାଧବ..’(କାଶିଆ କପିଳା), ‘ରାତି ଛୋଟକୁ ଏଠି ସପନ ବେଶୀ..’( ତୁ ଥା ମୁଁ ଯାଉଛି ରୁଷି), ‘କାଞ୍ଚିରେ କାଞ୍ଚି‌େର..’(ହିରୋ ନଂ ୧) ଓ ‘ବାପା ମୋ ବାପା..’(ବାପା ଆଇସିୟୁରେ ଅଛନ୍ତି) ଭଳି ଆବେଗପୂର୍ଣ୍ଣ ଗୀତ ବି ସୃଷ୍ଟି କରିଛନ୍ତି।

ତିନି ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତକୁ ଋଦ୍ଧିମନ୍ତ କରିଆସୁଥିବା ଅଭିଜିତ୍ ମଜୁମ୍‌ଦାର ଏକଦା ସମ୍ବଲପୁର ନିକଟବର୍ତ୍ତୀ ପରମାଣପୁର ମହିଳା ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଥିଲେ। ପେସା ଥିଲା ଅଧ୍ୟାପନା ଓ ନିଶା ସଂଗୀତ। ଏହାପରେ ସଂଗୀତକୁ ବୃତ୍ତି କରିବା ନିଷ୍ପତ୍ତି ନେଇ ଚାକିରି ଛାଡ଼ି ୧୯୯୬ରେ ସେ କଟକ ଚାଲି ଆସିଥିଲେ। ତାଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ଆଲବମ୍ ‘ଧସକି ଗଲା’ ଲୋକପ୍ରିୟ ହୋଇ ଅଭିଜିତଙ୍କ ପ୍ରତିଭାକୁ ସ୍ବୀକୃତି ଦେଲା। ୨୦୦୦ ମସିହାରେ ସେ ‘କାଶିଆ କପିଳା’ ଜରିଆରେ ଓଲିଉଡ୍‌ରେ ସଂଗୀତ ନିର୍ଦ୍ଦେଶକ ଭାବେ ପାଦ ଥାପି‌ଲେ। ପ୍ରଥମ ପଦାର୍ପଣରେ ହିଁ ତାଙ୍କୁ ମିଳିଲା ସଫଳତା।

ପେସା ଥିଲା ଅଧ୍ୟାପନା ଓ ନିଶା ସଂଗୀତ। ଏହାପରେ ସଂଗୀତକୁ ବୃତ୍ତି କରିବା ନିଷ୍ପତ୍ତି ନେଇ ଚାକିରି ଛାଡ଼ି ୧୯୯୬ରେ ସେ କଟକ ଚାଲି ଆସିଥିଲେ। ବିଗତ ତିନି ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତରେ ରାଜ କରିଛନ୍ତି ଅଭିଜିତ୍‌।

ପରେ ‘ରଖିବ ଯଦି ସେ ମାରିବ କିଏ’, ‘ତୋ ବିନା ଭଲ ଲାଗେନା’, ‘ଶଶୁର ଘର ଜିନ୍ଦାବାଦ’ ଓ ‘ଶୁଭ ବିବାହ’ ଆଦି ସିନେମା ତାଙ୍କୁ ସଫଳତାର ଦ୍ବିତୀୟ ପାହାଚରେ ପହଞ୍ଚାଇଥିଲା। ‘ତୁ ଥା ମୁଁ ଯାଉଛି ରୁଷି’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ସେ ପାଇଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ‘ବାଳୁଙ୍ଗା ଟୋକା’, ‘ମ୍ୟାଟ୍ରିକ ଫେଲ’, ‘ରଙ୍ଗିଲା ଟୋକା’, ‘ଲଭ୍ ମାଷ୍ଟର’, ‘ଚଉକା ଛକା’, ‘କେହି ଜଣେ ଭଲ ଲାଗେରେ’, ‘ଡାହା ବାଳୁଙ୍ଗା’, ‘ଆମେ ତ ଟୋକା ଷଣ୍ଢ ମାର୍କା’, ‘ଲଭ୍‌ ଷ୍ଟେସନ୍‌’, ‘ସିଷ୍ଟର ଶ୍ରୀଦେବୀ’, ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’, ‘ଗୋଲମାଲ୍‌ ଲଭ୍’ ଓ ‘ମିଷ୍ଟର ମଜ୍‌ନୁ’ ଭଳି ଓଡ଼ିଆ ସିନେମା ତାଙ୍କୁ ଖ୍ୟାତିର ଶୀର୍ଷରେ ପହଞ୍ଚାଇଲା। ନିକଟରେ ‘ତୃଷ୍ଣା’ ଚଳଚ୍ଚିତ୍ର ଲାଗି ପୁଣି ତାଙ୍କୁ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ସଂପ୍ରତି ମୁକ୍ତିପ୍ରାପ୍ତ ‘ଅନନ୍ତା’ ଛବିରେ ସେ ନିଜ ସଂଗୀତ ନିର୍ଦ୍ଦେଶନାରେ ଗାଇଥିବା ‘ଆମ ଗାଁ ଅନନ୍ତା, ଆମ ପୁଅ ଅନନ୍ତା..’ ଗୀତ ଦର୍ଶକଙ୍କ ହୃଦୟକୁ ଛୁଇଁଛି।

ସେ କେବଳ ଜଣେ ସୁଗାୟକ ଓ ସଂଗୀତକାର ନୁହନ୍ତି, ଭଲ ଉପସ୍ଥାପକ ମଧ୍ୟ। ବହୁ ସଂଗୀତ ଆଧାରିତ ଟିଭି ସୋ’ରେ ଉପସ୍ଥାପକ ଓ ବିଚାରକ ଭାବେ ଦର୍ଶକଙ୍କ ମନ ‌ମୋହିଛନ୍ତି ଅଭିଜିତ। ‘ଅନ୍ତାକ୍ଷରୀ’, ‘ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମ୍‌ଦାର’, ‘ଲକ୍‌ଡାଉନ୍ ଅନ୍ତାକ୍ଷରୀ’, ‘ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମ୍‌ଦାର’ ଭଳି କାର୍ଯ୍ୟକ୍ରମ ଏହାର ପ୍ରମାଣ ଦିଏ।
ଅଭିଜିତ୍ ଏବେ ଚିକିତ୍ସାଧୀନ ଅଛନ୍ତି। ଆମେ ସିନେପ୍ରେମୀଙ୍କ ତରଫରୁ ପ୍ରାର୍ଥନା କରୁଛୁ, ସେ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରି ସଂଗୀତ ସର୍ଜନା କରନ୍ତୁ।
- ଶିବଶଙ୍କର ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe