‘ମି ଠୁ’ ମାମଲାରେ ଛନ୍ଦି ହୋଇଥିବା ଆଲୋକନାଥ ଓ ସାଜିଦ୍‌ ଖାନ୍‌ଙ୍କୁ କାରଣ ଦର୍ଶାଅ ନୋଟିସ !

‘ମି ଠୁ’ ମାମଲାରେ ଛନ୍ଦି ହୋଇଥିବା ଆଲୋକନାଥ ଓ ସାଜିଦ୍‌ ଖାନ୍‌ଙ୍କୁ କାରଣ ଦର୍ଶାଅ ନୋଟିସ !

ମୁମ୍ବାଇ:‘ମି ଠୁ’ ବିବାଦରେ ଫସିଥିବା ଅଭିନେତା ଆଲୋକନାଥ ଓ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କୁ ଦ ଫେଡେରସନ୍‌ ଅଫ୍‌ ଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏଂପଲଇଜ୍‌ (ଏଫ୍‌ ଡବ୍ଲୁ ଆଇସିଆଇ)କାରଣ ଦର୍ଶାଅ ନୋଟିସ୍‌ ଜାରି କରିବ ବୋଲି ଜଣାଯାଇଛି। ଆଲୋକନାଥ ଓ ସାଜିଦ୍‌ ଖାନ୍‌ଙ୍କ ଉପରେ ଶୋଷଣର ଅଭିଯୋଗ ରହିଛି।
ଏଫ ଡବ୍ଲୁ ଆଇ ସିଆଇ ପକ୍ଷରୁ କୁହାଯାଇଛି ଯେ,ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍‌ ନିର୍ଦ୍ଦେଶିତ ସଂଘ (ଆଇଏଫ୍‌ଟିଡିଏ)କୁ ଆଲୋକନାଥ ଯେଉଁ ଉତ୍ତର ଦେଇଛନ୍ତି,ତାହା ସନ୍ତୋଷଜନକ ନୁହେଁ,ଆଇଏଫ୍‌ଟିଡ଼ିଏ ପକ୍ଷରୁ ଯୌନ ଶୋଷଣ ମାମଲାରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

publive-image
ଆଇ ଏଫ୍‌ଟିଡିଏ ର ସଦସ୍ୟ ଏଫ୍‌ଡବ୍ଲୁ ଆଇ ସିଆଇର ବରିଷ୍ଠ ଅଧିକାରୀ ମାନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶାଖା ଗାଇଡ୍‌ ଲାଇନ୍‌ସ ଅନୁଯାୟୀ ପ୍ରତ୍ୟେକ ପ୍ରଯୋଜନା ସଂସ୍ଥା ପାଇଁ ଏକ ଭିନ୍ନ ସ୍ପେସାଲ୍‌ ରିଡ୍ରେସଲ୍‌ କମିଟି ଗଠନ କରାଯିବା ଅନିର୍ବାଯ୍ୟ ଅଟେ। ଏହି କମିଟି ଯୌନ ଶୋଷଣର ଶିକାର ହୋଇଥିବା ମହିଳାମାନଙ୍କୁ ସଶକ୍ତ କରିଥାଏ,ଯଦ୍ଦ୍ଵାରା ଏହି ପ୍ରସଙ୍ଗରେ ସେମାନେ ଖୋଲାଖୋଲି ନିଜ ନିଜର ମତ ରଖିପାରିବେ।ଖାଲି ସେତିକି ନୁହେଁ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଯାଏଁ ଏହି କମିଟି ସମସ୍ତ ପ୍ରକାରର ଆଇନଗତ ମାର୍ଗଦର୍ଶନ ଏବଂ ସହାୟତ ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe