୬ ଦିନ ଭିତରେ ୨୫୦ କୋଟି ଟଙ୍କାର ବେପାର କଲାଣି ସନି ଦେଓଲଙ୍କ ‘ଗଦର୨’

Advertisment
୬ ଦିନ ଭିତରେ ୨୫୦ କୋଟି ଟଙ୍କାର ବେପାର କଲାଣି ସନି ଦେଓଲଙ୍କ ‘ଗଦର୨’

Cine Royale

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି। ଫିଲ୍ମଟି ଦିନକୁ ଦିନ ଅଧିକରୁ ଅଧିକ ରୋଜଗାର କରିଚାଲିଛି। ଏବେ ଫିଲ୍ମଟିର ୬ ଦିନର କଲେକ୍ସନ ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ଏବେ ସୁଦ୍ଧା ୨୫୦ କୋଟି ଟଙ୍କାର ବେପାର କରି ସାରିଲାଣି ‘ଗଦର ୨’। ସନିଙ୍କ ଏହି ଫିଲ୍ମଟି ବୁଧବାର ଦିନ ଭାରତରେ ୩୪.୫୦ କୋଟି ଟଙ୍କାର ବେପାର କରିଛି। ସମୁଦାୟ କଲେକ୍ସନ ମିଶି ଏବେ ସୁଦ୍ଧା ଫିଲ୍ମର ରୋଜଗାର ୨୬୩.୪୮ କୋଟି ଟଙ୍କା ହୋଇଗଲାଣି।

ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ପ୍ରଥମ ଦିନରେ ୪୦ କୋଟି ଟଙ୍କାର ବେପାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​। ଦ୍ୱିତୀୟ ଦିନରେ ଫିଲ୍ମ ୪୩ କୋଟି ଟଙ୍କା ରୋଜଗାର କରିଥିଲା ​। ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ, ଫିଲ୍ମ ୫୦ କୋଟି ଟଙ୍କାର ବେପାର କରି ଏକ ବଡ଼ ରକମର ରୋଜଗାର କରିବା ପରେ ପ୍ରଥମ ସୋମବାର ବିଷୟରେ କଥା ହେବା ତ, ସେଦିନ ବି ବେପାର ମାନ୍ଦା ପଡ଼ିଲା ନାହିଁ।

ସୋମବାର ହୋଇଥିଲେ ମଧ୍ୟ ବହୁ ସଂଖ୍ୟକ ଦର୍ଶକ ଏହି ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମ ପ୍ରାୟ ୩୯ କୋଟି ଟଙ୍କା ଲାଭ କରିଥିଲା। ‘ଗଦର ୨’ ଏହାର ପ୍ରଥମ ୬ ଦିନରେ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି।

ସନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ୨୨ ବର୍ଷ ପୂର୍ବର ‘ଗଦର’ ପରି, ଏଥର ମଧ୍ୟ ଲୋକମାନେ ସନିଙ୍କ ‘ଗଦର ୨’ ଉପରେ ପ୍ରେମ ବର୍ଷା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe