ଏହି ଦିନ ଓଟିଟିରେ ରିଲିଜ୍ ହେବ ରାମ ଚରଣ- କିଆରାଙ୍କ "ଗେମ୍ ଚେଞ୍ଜର"

ରାମ ଚରଣ ଏବଂ କିୟାରା ଆଡଭାନୀଙ୍କ ରାଜନୈତିକ ଥ୍ରୀଲର ଫିଲ୍ମ "ଗେମ୍ ଚେଞ୍ଜର"ର ଓଟିଟି ରିଲିଜ୍ ତାରିଖ ଆସିଯାଇଛି। ଆପଣ କେବେ ଏବଂ କେଉଁଠି ଫିଲ୍ମ ଦେଖିପାରିବେ ତାହା ଜାଣନ୍ତୁ।

tramcharan

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ "ଗେମ୍ ଚେଞ୍ଜର" ବକ୍ସ ଅଫିସରେ କିଛି ଦିନ ତଳେ ରିଲିଜ୍ ହୋଇଥିଲା। ହେଲେ ଏହା କୌଣସି ଛାପ ଛାଡ଼ି ପାରିଲା ନାହିଁ। ବକ୍ସ ଅଫିସରେ ନିରାଶ କରିବା ପରେ ଏବେ ଓଟିଟିରେ ରିଲିଜ୍ ହେବ ଏହି ଫିଲ୍ମ। ଏହା ଚଳଚ୍ଚିତ୍ର ନିର୍ମାତା ଏସ ଶଙ୍କରଙ୍କର ତେଲୁଗୁ ଡେବ୍ୟୁ ଚଳଚ୍ଚିତ୍ର। ଏହି ରାଜନୈତିକ ଆକ୍ସନ୍ ଫିଲ୍ମଟି ଦିଲ୍ ରାଜୁଙ୍କର ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ସ ବ୍ୟାନରରେ ନିର୍ମାଣ ହୋଇଛି। 

ରାମ ଚରଣ ଏହି ଫିଲ୍ମରେ ଡବଲ୍ ରୋଲରେ ନଜର ଆସିଛନ୍ତି। ତାଙ୍କ ସହିତ ଅଭିନେତ୍ରୀ କିଆରା ଆଡଭାନୀ, ଅଞ୍ଜଳି, ଅଭିନେତା ଏସଜେ ସୂର୍ଯ୍ୟ, ଶ୍ରୀକାନ୍ତ, ସୁନୀଲ, ଜୟରାମ ଏବଂ ସମୁଥିରକାନି ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ଫେବ୍ରୁଆରି ୭ ତାରିଖରୁ ତେଲୁଗୁ, ତାମିଲ ଏବଂ କନ୍ନଡ ଭାଷାରେ ଓଟିଟି ପ୍ଲାଟଫର୍ମ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିବ।

"ଗେମ୍ ଚେଞ୍ଜର" ହେଉଛି ବିଶାଖାପାଟଣାର ଜଣେ ନୀତିବାନ ଆଇଏଏସ୍ ଅଧିକାରୀ ରାମ ନନ୍ଦନଙ୍କ କାହାଣୀ, ଯିଏ ରାଜନୈତିକ ବ୍ୟବସ୍ଥାରେ ହେଉଥିବା ଦୁର୍ନୀତିକୁ ମୂଳରୁ ନାଶ କରିବା ପାଇଁ କାମ କରନ୍ତି। କିନ୍ତୁ ତାଙ୍କର ପ୍ରୟାସ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଥିବା ବୋବିଲି ମୋପିଦେବୀଙ୍କ ସହ ମୁହାଁମୁହିଁ କରାଏ, ଯିଏ ଜଣେ ନିଷ୍ଠୁର ଏବଂ କ୍ଷମତା ଲୋଭୀ ବ୍ୟକ୍ତି। ଏହି ଫିଲ୍ମରେ ଭରପୂର ଆକ୍ସନ ରହିଥିବା ବେଳେ ଓଟିଟିରେ ଏହାକୁ ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ନିର୍ମାତା।

ଉଲ୍ଲେଖଯୋଗ୍ୟ, ରାମ ଚରଣଙ୍କ ଗେମ୍ ଚେଞ୍ଜର ଜାନୁଆରି ୧୦ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଆଇଏମଡିବି ଅନୁଯାୟୀ, ଫିଲ୍ମର ବଜେଟ୍ ପ୍ରାୟ ୩୦୦କୋଟି ଟଙ୍କା ହୋଇଥିବା ବେଳେ ଏହାର ବିଶ୍ୱବ୍ୟାପୀ ମୋଟ ୧୯୫.୮୦ କୋଟି ଟଙ୍କା ଆୟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe