ଗଣେଶ ପୂଜାରେ ‘ଗଣ୍ଡ ଭୈରବ’

Advertisment

ରମେଶ ବାରିକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ ଆଗାମୀ ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

ରମେଶ ବାରିକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ ଆଗାମୀ ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

ghghbnbn

ରମେଶ ବାରିକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ ଆଗାମୀ ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ‘ଗଣ୍ଡ ଭୈରବ’ର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ସରିବା ପରେ  ଏବେ ଏଡିଟିଂ କାମ ଚାଲିଛି। ଜଣାଶୁଣା ଏଡିଟର ରାଜେଶ ଦାସ ଏହାର ସଂପାଦନା ଦାୟିତ୍ବ ବହନ କରିଛନ୍ତି। ଏହି ସିନେମାରେ ଦେବାଶିଷ, ଶିବାନୀ, ପୃଥ୍ବୀରାଜ, ପୁଷ୍ପା ପଣ୍ଡା, ଅସିତ, ସୋମା ଭୌମିକ, କେକେ, ଶୁଭ୍ରାଂଶୁ, ଶଙ୍କର ବସୁମଲ୍ଲିକ ପ୍ରମୁଖ ଅଭିନୟ କରିଛନ୍ତି।

ରୁଦ୍ରକାନ୍ତ ସିଂହ ଏହାର ସିନେମାଟୋଗ୍ରାଫର୍। ଶଙ୍କର ତ୍ରିପାଠୀଙ୍କ ‘ଗଣ୍ଡ ଭୈରବ’ ଉପନ୍ୟାସ ଆଧାରିତ ଏହି ସିନେମାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଶଙ୍କର। ଜଣେ ଅବଢ଼ା ବୋଝିଆର ଜୀବନୀ ଉପରେ ଆଧାରିତ ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ‘ଦମନ’, ‘ମାଲ୍ୟଗିରି’ ଓ ‘ପାବାର୍’ ଫେମ୍ ଗୌରବ ଆନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe