Firstpost
ମୁମ୍ବାଇ: ବଲିଉଡ୍ କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାମରେ ଦ୍ବିତୀୟ ଥର ପାଇଁ ମାମଲା ରୁଜୁ ହୋଇଛି। ଜଣେ ମହିଳା କୋରିଓଗ୍ରାଫର୍ଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗକାରିଣୀ ଜାତୀୟ ମହିଳା କମିସନଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ ୨୦୧୯ ମସିହାରେ ଗଣେଷ ଆଚାର୍ଯ୍ୟ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ମାତ୍ର ସୌଭାଗ୍ୟକୁ ସେ ତାଙ୍କ କବଳକୁ ଖସି ଆସିବାରେ ସମର୍ଥ ହୋଇଥିଲେ।
ଏକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଅଭିଯୋଗକାରିଣୀ କହିଛନ୍ତି, ‘ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ପ୍ରଥମେ ଏକ ମାମଲା ରୁଜୁ ହେବା ପରେ ମୋ ସହିତ ଘଟିଥିବା ଘଟଣା ସାମ୍ନାକୁ ଆଣିବା ଉଚିତ ବୋଲି ଅନୁଭବ ହେଲା। ଏହାବ୍ୟତୀତ ଗଣେଶ ଆଚାର୍ଯ୍ୟ ଆଉ ଜଣଙ୍କ ସହ ମଧ୍ୟ ଏପରି କରିବାକୁ ଉଦ୍ୟମ କରିଥିବା ମୋ ପାଖରେ ସୂଚନା ଅଛି।’
ଗଣେଶ ଆଚାର୍ଯ୍ୟଙ୍କ ନାମରେ ଏହା ପୂର୍ବରୁ ଜଣେ ୩୩ ବର୍ଷୀୟା ଆସିଷ୍ଟାଣ୍ଟ୍ କୋରିଓଗ୍ରାଫର ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଆସିଷ୍ଟାଣ୍ଟ୍ କୋରିଓଗ୍ରାଫର ଜଣକ ଅଭିଯୋଗ ଆଣି କହିଥିଲେ ଯେ ଗଣେଶ ଆଚାର୍ଯ୍ୟ ତାଙ୍କ ସହ ବସି ପର୍ଣ୍ଣ ମୁଭି ଦେଖିବାକୁ ମୋତେ ବାଧ୍ୟ କରିଥିଲେ। ଚଳିତବର୍ଷ ଜାନୁଆରି ୨୮ ତାରିଖରେ ସେ ଗଣେଶ ଆଚାର୍ଯ୍ୟଙ୍କ ନାମରେ ଅମ୍ବାଲି ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ ଆଣିବା ସହ ମହାରାଷ୍ଟ୍ର ମହିଳା କମିସନଙ୍କୁ ଚିଠି ଲେଖି ଅବଗତ କରାଇଥିଲେ।
Follow Us