ଅସଦାଚରଣର ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ କଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ

Advertisment
ଅସଦାଚରଣର ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ କଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ

Times of India

ମୁମ୍ବାଇ: ଜଣେ ୩୩ବର୍ଷୀୟା ମହିଳା କୋରିଓଗ୍ରାଫର ଲୋକପ୍ରିୟ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଥିଲେ। କାମ କରିବାକୁ ରୋକିବା ସହ ତାଙ୍କ ଆୟରୁ ଭାଗ ନେବାକୁ ଚାହୁଥିବାର ଅଭିଯୋଗ କରିବା ସହ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ତାଙ୍କୁ ପର୍ଣ୍ଣ ଭିଡିଓ ଦେଖିବାକୁ ବାଧ୍ୟ କରୁଥିବାର ଅଭିଯୋଗ ଆଣିଥିଲେ ମହିଳା। ଏହା ପରେ ମହିଳାଙ୍କ ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖି ମାନହାନୀ ମକଦ୍ଦମା କରିବାର ଧମକ ଦେଇଥିଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ। ହେଲେ, ଏବେ ମହିଳାଙ୍କ ଅଭିଯୋଗକୁ ମିଛ ଏବଂ ଭିତ୍ତିହୀନ ବୋଲି କହି ତାଙ୍କ ବିରୋଧରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ମାମଲା ରୁଜୁ କରିଥିବା ଜଣା ପଡ଼ିଛି।

Image result for ganesh acharya Newsd

ପ୍ରଥମେ ଅସଦାଚରଣର ଅଭିଯୋଗ ଲାଗିବା ପରେ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ମହାସଚିବ ଥିବା ଗଣେଶ ଆଚାର୍ଯ୍ୟଙ୍କ କହିଥିଲେ, ମୁଁ ମହିଳାଙ୍କୁ ବ୍ୟକ୍ତିଗତ ଭାବରେ ଦେଖା ହୋଇନାହିଁ। ଏଭଳି ଅଭିଯୋଗ ମୋତେ ଫସାଇବା ପାଇଁ କରାଯାଉଛି। କାରଣ ମୁଁ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ସଂଯୋଜକମାନଙ୍କୁ ବିରୋଧ କରିବା ସହ ବିଭିନ୍ନ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମର୍ଥନ କରୁଛି। ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନରେ ସଂଯୋଜକମାନଙ୍କ ରହିବାର କୌଣସି ଆବଶ୍ୟକତା ନାହିଁ। ଏମାନଙ୍କ ଶୋଷଣ ଦ୍ବାରା ଆଜି ନୃତ୍ୟଶିଳ୍ପୀମାନଙ୍କ ସ୍ଥିତି ଖରାପ ରହିଛି। ଯେହେତୁ ମୁଁ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମର୍ଥନ କରୁଛି ସେଥିପାଇଁ ମୋତେ ଟାର୍ଗେଟ କରାଯାଉଛି। କିନ୍ତୁ ମୁଁ ହାର୍ ନ ମାନି ଲଢ଼ିବି ଏବଂ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମର୍ଥନ କରିିବି। ଏବେ ମୁଁ ମୋର ସମ୍ମାନ ପାଇଁ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe