ଫେରାର ହେଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଦୀପକ ଟିନୁ

ଫେରାର ହେଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଦୀପକ ଟିନୁ

ndtv

ଚଣ୍ଡୀଗଡ:  ଫେରାର ହେଲା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଦୀପକ ଟିନୁ। ପଞ୍ଜାବର ମାନସା ଜିଲ୍ଲା ପୁଲିସର ହେପାଜତରୁ ଗ୍ୟାଙ୍ଗଷ୍ଟର ଦୀପକ ଟିନୁ ଖସି ପଳାଇଥିବା ଜଣାପଡ଼ିଛି। ଏବେ ଟିନୁଙ୍କୁ ଧରିବା ପାଇଁ ଏକ ବଡ଼ ଅପରେସନ୍ ଆରମ୍ଭ ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ଅନ୍ୟ ଏକ ମାମଲାରେ ଗୋଇନ୍ଦୱାଲ ସାହେବ ଜେଲରୁ ମାନସା ପୁଲିସ ଦ୍ୱାରା ସ୍ଥାନୀୟ କୋର୍ଟକୁ ନିଆଯାଉଥିବା ବେଳେ ସେ ଫେରାର ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଏବେ ରାଜସ୍ଥାନ ଏବଂ ହରିୟାଣା ସମେତ ପଡୋଶୀ ରାଜ୍ୟର ପୁଲିସକୁ ସତର୍କ କରାଯାଇଛି। ଦୀପକ ଟିନୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଜଣେ ଘନିଷ୍ଠ ସହଯୋଗୀ, ଯିଏ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ।

ଏହି ଘଟଣା ବିଷୟରେ ପଚରାଯିବାରୁ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏବେ ପୁଲିସ ଟିମ୍ ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା ଜାରି ରଖିଛି ଏବଂ ଆମେ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରିବୁ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟିର ପଞ୍ଜାବ ୟୁନିଟର ସାଧାରଣ ସମ୍ପାଦକ ସୁବାଷ ଶର୍ମା ଏହି ଘଟଣାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ରାଜନୈତିକ ଭ୍ରମଣରେ ବ୍ୟସ୍ତ ଅଛନ୍ତି, ଯେଉଁଥିପାଇଁ ପଞ୍ଜାବକୁ ଏହାର କ୍ଷତି ସହିବାକୁ ପଡ଼ୁଛି।  ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବେ ଗୁଜରାଟକୁ  ନିର୍ବାଚନୀ ପ୍ରଚାର କରିବା ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବାରୁ ବିଜେପି ତାଙ୍କୁ ଟାର୍ଗେଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe