ସଲ୍‌ମାନ ଓ ସଲିମ୍‌ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା କଥାକୁ ଅସ୍ବୀକାର କଲେ ଲରେନ୍ସ

Advertisment
ଜେଲ୍‌ ଭିତରୁ ଚାଲିଛି ଅପରେସନ୍: ସୁଧୁରୁନି ଦୁର୍ଦାନ୍ତ ଲରେନ୍ସ ବିଷ୍ଣୋଇ

YesPunjab.com

ମୁମ୍ବାଇ: ସଲମାନ ଖାନ୍‌ ଓ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌ ଗତକାଲି ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇକୁ ପଚରାଉଚରା କରିଥିଲା। ପୁଲିସ୍‌ ପଚରାଉଚରାରେ ଲରେନ୍ସ ସଲ୍‌ମାନଙ୍କୁ ହତ୍ୟା ଧମକ ଦେଇଥିବା କଥାକୁ ଅସ୍ବୀକାର କରିଛନ୍ତି। ସେ ସଲମାନ ଓ ତାଙ୍କ ବାପାଙ୍କୁ କୌଣସି ପ୍ରକାରର ହତ୍ୟା ଧମକ ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଗତକାଲି ଅଭିନେତା ସଲମାନ୍‌ ଖାନ୍‌ ଏବଂ ତାଙ୍କ ପିତା ସଲିମ୍‌ ଖାନ୍‌ଙ୍କୁ ଧମକ ମିଳିବା ପରେ ମହାରାଷ୍ଟ୍ର ଗୃହ ବିଭାଗ ସଲ୍‌ମାନଙ୍କ ସୁରକ୍ଷା କଡ଼ାକଡ଼ି କରିଦେଇଛି। ଏକ ପୁଲିସ ଟିମ୍‌ ତାଙ୍କ ଘରକୁ ଆଜି ଯିବା ସହିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି। ବାନ୍ଦ୍ରା(ୱେଷ୍ଟ)ସ୍ଥିତ ବ୍ୟାଣ୍ଡଷ୍ଟାଣ୍ଡରେ ଥିବା ସଲମାନଙ୍କ ଆପାର୍ଟମେଣ୍ଟ ବାହାରେ ପୁଲିସ ପାଟ୍ରୋଲିଂକୁ  ବଢ଼ାଇ ଦିଆଯାଇଛି। ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ ଚଳାଇଛି। ମୁମ୍ବାଇ ପୁଲିସ ଗତକାଲି ସଲମାନ, ସଲିମ ଖାନଙ୍କ ସମେତ ୫ ଜଣଙ୍କର ବୟାନ ରେକର୍ଡ କରିସାରିଛି।

ପ୍ରତିଦିନ ମର୍ଣ୍ଣିଂୱାକ୍‌ ସାରି ସଲିମ୍‌ ଯେଉଁ ବେଞ୍ଚରେ ବସନ୍ତି, ଗତକାଲି ତାଙ୍କୁ ସେଠାରେ ଏକ ଚିଠି ମିଳିଥିଲା। ଏଥିରେ ସେମାନଙ୍କୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅବସ୍ଥା ଭୋଗିବାକୁ ହେବ ବୋଲି ଧମକ ଦିଆଯାଇଥିଲା। ଏ ନେଇ ତାଙ୍କ ଅଙ୍ଗରକ୍ଷୀଙ୍କ ଜରିଆରେ ବାନ୍ଦ୍ରା ପୁଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ ସଲିମ୍‌ ଖାନ୍‌।

ଉଲ୍ଲେଖଯୋଗ୍ୟ, ଗତ ୧୨ ବର୍ଷ ହେଲା ସଲମାନ ବିଷ୍ଣୋଇର ଟା‌ର୍ଗେଟରେ ରହିଛନ୍ତି। ବି‌ଷ୍ଣୋଇ ‌ସଂପ୍ରଦାୟର ଲୋକେ କୃଷ୍ଣସାର ମୃଗକୁ ପୂଜା କରନ୍ତି। ତେଣୁ ସଲମାନ୍‌ ଖାନ୍‌ କୃଷ୍ଣସାର ମୃଗ ହତ୍ୟା କରିବା ପରେ ବିଷ୍ଣୋଇ ଟାର୍ଗେଟକୁ ସେ ଚାଲି ଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe