ଉଚ୍ଚା ହିଲ୍ସ ପାଇଁ ମୋଡ଼ି ହେଲା ଗୌହରଙ୍କ ଗୋଡ଼, ଭିଡିଓ ଦେଖି ଟ୍ରୋଲ କଲେ ଲୋକେ

Advertisment
ଉଚ୍ଚା ହିଲ୍ସ ପାଇଁ ମୋଡ଼ି ହେଲା ଗୌହରଙ୍କ ଗୋଡ଼, ଭିଡିଓ ଦେଖି ଟ୍ରୋଲ କଲେ ଲୋକେ

ମୁମ୍ବାଇ: ଗୌହର ଖାନ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। ତାଙ୍କୁ ଏବେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଫିଲ୍ମ ସହ ମ୍ୟୁଜିକ ଭିଡିଓରେ କାମ କରିସାରିଥିବା ଗୌହର ବିଗ୍ ବସ-୭ର ବିଜେତା ଥିଲେ। ଜୈଦ୍ ଦରବାରଙ୍କୁ ବିବାହ କରିବା ପରେ ଏବେ ମା’ ବନିସାରିଛନ୍ତି ଗୌହର। ତେବେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଭିନେତ୍ରୀଙ୍କ ଗୋଡ଼ ମୋଡ଼ି ହୋଇଯାଉଥିବା ଦେଖାଯାଇଛି।

ଶାଢ଼ି ପିନ୍ଧି ସେ ଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ପଛକୁ ବୁଲି ଦେଖିବା ପରେ ତାଙ୍କ ଗୋଡ଼ ମୋଡ଼ି ହୋଇଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ହେଲେ ସେ ତଳେ ପଡ଼ିବା ପୂର୍ବରୁ ନିଜକୁ ସମ୍ଭାଳି ନେଉଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୌହର ଶାଢ଼ି ପିନ୍ଧି ଭ୍ୟାନିଟି ଭ୍ୟାନ୍ ଆଡକୁ ଯାଉଛନ୍ତି। ଏହା ପରେ ପଛକୁ ବୁଲି ଗଣମାଧ୍ୟମ ପ୍ରତିନିିଧିଙ୍କୁ ହାତ ହଲାଇ 'ହେଲୋ' କହୁଛନ୍ତି। ଏହି ସମୟରେ ସେ ପିନ୍ଧିଥିବା ହିଲ୍ସ ମୋଡ଼ି ହୋଇଯିବାରୁ ତାଙ୍କ ଗୋଡ଼ ମୋଡ଼ି ହୋଇଯାଉଛି। ହେଲେ ସେ ନିଜକୁ ପଡ଼ିବାରୁ ବଞ୍ଚାଇ ନେଉଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ କିଛି ଗୌହରଙ୍କୁ ଟ୍ରୋଲ କରିଥିବା ବେଳେ କିଛି ତାଙ୍କୁ ସମର୍ଥନ କରିଛନ୍ତି। ବୁଢ଼ି ‌ହୋଇଗଲଣି, ଏତେ ଉଚ୍ଚା ହିଲ୍ସ ପିନ୍ଧ ନାହିଁ ବୋଲି ଲେ‌ାକେ ଭିଡିଓ ଦେଖି ଲେଖିଥିବା ବେଳେ କିଛି ଲୋକ ଗଣମାଧ୍ୟମ ପ୍ରତିନିିଧିଙ୍କୁ ଏଭଳି ଭିଡିଓ ସେୟାର କରିଥିବାରୁ ବିରକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe