ଦ୍ବିତୀୟ ଥର ମା’ ହେବେ ଗୌହର ଖାନ୍, ଭିଡିଓ ସେୟାର କରି ଦେଲେ ସୂଚନା

tgauhark

ମୁମ୍ବାଇ: ପୁଣି ଥରେ ବିଗ୍ ବସ୍-୭ ବିଜୟିନୀ ଗୌହର ଖାନ ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବା ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି। ସେ ପୂର୍ବରୁ ଏକ ପୂତ୍ର ସନ୍ତାନର ମା’ ହୋଇଥିଲେ। ଗୌହରଙ୍କ ଭିଡିଓ ଆସିବା ପରେ ଏବେ ତାଙ୍କ ପ୍ରଶଂସକ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେୟାର କରାଯାଇଥିବା ଭିଡିଓରେ ଗୌହର ଏବଂ ତାଙ୍କ ସ୍ବାମୀ ଜୈଦ୍ ଦରବାର ନଜର ଆସୁଛନ୍ତି। ଦୁହେଁ ଏକାଠି ନାଚୁଥିବା ଦେଖିବାକୁ ମିଳୁଛି। ନାଚି ନାଚି ଦୁହେଁ ଏକାଠି ଫଟୋ ପାଇଁ ପୋଜ୍ ଦେବା ସହ ଗୌହର ତାଙ୍କ ବେବି ବମ୍ପ ଦେଖାଉଛନ୍ତି। ଏହି ଭିଡିଓ ସେୟାର କରି ଗୌହର କ୍ୟାପସନରେ ଲେଖିଛନ୍ତି, "ବିସମିଲ୍ଲା!! ଆପଣଙ୍କ ପ୍ରାର୍ଥନା ଏବଂ ଭଲପାଇବା ଆବଶ୍ୟକ। ଭଲପାଇବା ବିସ୍ତାର କରି ବିଶ୍ୱକୁ ନଚାଅ। ଗାଜା ବେବି ୨।"

ତେବେ ଗୌହରଙ୍କୁ ୩୯ବର୍ଷ ବୟସ ହୋଇଥିବା ବେଳେ ସେ ୨୦୨୦ରେ ଜୈଦ ଦରବାରଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe