ମୁମ୍ବାଇ: ସେଲିବ୍ରିଟି ମାଷ୍ଟରସେଫ୍ର ପ୍ରଥମ ସିଜିନ୍ ଏକ ରୋମାଞ୍ଚକର ଗ୍ରାଣ୍ଡ ଫାଇନାଲ ସହିତ ଶେଷ ହୋଇଛି । ସୋ’ର ବିଜେତା ମଧ୍ୟ ଘୋଷଣା କରାଯାଇଛି। ଅଭିନେତା ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରସେଫ୍ ଟ୍ରଫି ଜିତିଛନ୍ତି। ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରସେଫ୍ ଟ୍ରଫି ସହିତ ମୋଟା ଅଙ୍କା ରାଶି ମଧ୍ୟ ଘରକୁ ନେଇଛନ୍ତି।
ଲୋକପ୍ରିୟ ଟିଭି ସୋ' 'ଅନୁପମା'ରେ ଅନୁଜ ଚରିତ୍ରରେ ଅଭିନୟ କରି ଗୌରବ ଖାନ୍ନା ବହୁତ ଲୋକପ୍ରିୟତା ହାସଲ କରିଥିଲେ। ସେଲିବ୍ରିଟି ମାଷ୍ଟରସେଫ୍ର ସମଗ୍ର ସିଜିନ୍ରେ, ଗୌରବ ତାଙ୍କର ସ୍ୱାଦିଷ୍ଟ ଖାଦ୍ୟ ସହିତ ବିଚାରକମାନଙ୍କୁ ପ୍ରଭାବିତ କରିଥିଲେ। ଗ୍ରାଣ୍ଡ ଫାଇନାଲରେ, ଗୌରବଙ୍କ 'ସିଗ୍ନେଚର୍ ଡିସ୍' କେବଳ ଏହାର ସ୍ୱାଦ ଏବଂ ଉପସ୍ଥାପନା ପାଇଁ ନୁହେଁ ବରଂ କାନପୁରରୁ ତାଙ୍କ ଯାତ୍ରା ବିଷୟରେ ସେୟାର କରିଥିବା ଭାବପ୍ରବଣ କାହାଣୀ ପାଇଁ ମଧ୍ୟ ବିଚାରକମାନଙ୍କ ହୃଦୟ ଜିତିଥିଲା।
ସୋ’ରେ ସେ ତାଙ୍କର ଅଭିନୟ ଦକ୍ଷତା ପ୍ରଦର୍ଶନ କରିବା ସହ ରୋଷେଇରେ ତାଙ୍କର ଚମତ୍କାର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଥିଲେ। ଏବେ ସେ ସୋ’ ଜିତି ଟ୍ରଫି ସହିତ ୨୦ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଏବଂ ପ୍ରିମିୟମ୍ ରୋଷେଇ ଉପକରଣ ଜିତିଛନ୍ତି।
ଉଲ୍ଲେଖଯୋଗ୍ୟ, ସେଲିବ୍ରିଟି ମାଷ୍ଟରସେଫ୍ ୨୭ ଜାନୁଆରି, ୨୦୨୫ରେ ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରଥମ ସିଜିନ୍ ୧୧ ଏପ୍ରିଲରେ ଶେଷ ହୋଇଥିଲା। ଗ୍ରାଣ୍ଡ ଫାଇନାଲରେ ନିକି ତାମ୍ବୋଲି ପ୍ରଥମ ରନର୍ସ-ଅପ୍ ହୋଇଥିବା ବେଳେ ତେଜସ୍ୱୀ ପ୍ରକାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ସହ ଫୈଜଲ ଶେଖ ଏବଂ ରାଜୀବ ଅଦାତିଆ ଶ୍ରେଷ୍ଠ ୫ଫାଇନାଲିଷ୍ଟଙ୍କ ମଧ୍ୟରେ ଥିଲେ।
Follow Us