ପୁଅ ଆର୍ଯ୍ୟାନଙ୍କ ଡ୍ରଗ୍ସ ମାମଲାରେ ମୁହଁ ଖୋଲିଲେ ଗୌରୀ ଖାନ୍‌

Advertisment
ପୁଅ ଆର୍ଯ୍ୟାନଙ୍କ ଡ୍ରଗ୍ସ ମାମଲାରେ ମୁହଁ ଖୋଲିଲେ ଗୌରୀ ଖାନ୍‌

www.indiatoday.in

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗତବର୍ଷ ଅକ୍ଟୋବରରେ ଗିରଫ ହୋଇଥିବା ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟାନ ଖାନ୍‌ ଏବେ ସେହି ମାମଲାରୁ ମୁକୁଳି ସାରିଛନ୍ତି। ବାର ବାର କୋର୍ଟ ଶୁଣାଣି, ଅନେକ ଡ୍ରାମା ପରେ ଶେଷରେ ଅକ୍ଟୋବର ୨୮ ତାରିଖରେ ‌ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ପୂର୍ବରୁ ଏହି ମାମଲାକୁ ନେଇ ପରିବାର ଲୋକ ମୁହଁ ଖୋଲିନଥିବା ବେଳେ ଏବେ ଆର୍ଯ୍ୟାନଙ୍କ ମାଆ ଗୌରୀ ଖାନ୍‌ ତାଙ୍କର ମତ ରଖିଛନ୍ତି।

‘କଫି ଉଇଥ୍‌ କରଣ’ର ସିଜିନ୍‌-୭ରେ କରଣଙ୍କ ସହ ମଞ୍ଚରେ ଏକା ସାଥୀରେ ନଜର ଆସିଥିଲେ ଗୌରୀ ଖାନ୍‌, ମହିପ କପୁର୍‌ ଏବଂ ଭାବନା ପାଣ୍ଡେ। ଏହି ଅବସରରେ କରଣ ଗୌରୀଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ।

ଏହି ଅବସରରେ ଗୌରୀ ପ୍ରଥମ ଥର ପାଇଁ ଆର୍ଯ୍ୟାନଙ୍କ ବିଷୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ଆମେ ଯେଉଁ ସମୟ ଦେଇ ଗତି କରିଛୁ ତାହା ଖୁବ୍‌ କଠିନ ଥିଲା। ମାତ୍ର ଆମେ ପୂରା ପରିବାର ଏକାସାଥୀରେ ଅଛୁ ଓ ଏହା ଆମ ପାଇଁ ଏକ ମହାନ କଥା। ଆମର ବନ୍ଧୁ, ଶୁଭେଚ୍ଛୁ ଓ ଆମେ ଜାଣିନଥିବା ଲୋକଙ୍କଠାରୁ ପାଇଥବା ବାର୍ତ୍ତା ପାଇଁ ଆମେ କୃତଜ୍ଞ।’

କରଣ ଗୌରୀଙ୍କୁ ଆଉ ଏକ ପ୍ରଶ୍ନ ବି ପଚାରୁଛନ୍ତି। କରଣ ପଚାରୁଛନ୍ତି, ‘ଡେଟିଂକୁ ନେଇ ଆପଣ ନିଜ ଝିଅ ସୁହାନାଙ୍କୁ କ’ଣ ଉପଦେଶ ଦେବାକୁ ଚାହିଁବେ?’ ତାହାର ଉତ୍ତରରେ ଗୌରୀ କହୁଛନ୍ତି, ‘୨ ଜଣ ପୁଅଙ୍କୁ ସମାନ ସମୟରେ ଡେଟ୍‌ ନକରିବା ପାଇଁ ପରାମର୍ଶ ଦେବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe