Advertisment

ମନ୍ନତର ମରାମତି ପାଇଁ ଏକ ବିଳାସପୂର୍ଣ୍ଣ ଘର ବିକିଲେ ଗୌରୀ ଖାନ୍

Advertisment

ଶାହରୁଖ ଖାନଙ୍କ ଘର ମନ୍ନତର ନବୀକରଣ କରାଯାଉଛି। ଏଥିପାଇଁ ଗୌରୀ କୋଟି କୋଟି ଟଙ୍କାର ଏକ ଫ୍ଲାଟ ବିକ୍ରି କରିଛନ୍ତି। ଏହି କାରଣରୁ ସମଗ୍ର ପରିବାର ପାଲି ହିଲକୁ ସ୍ଥାନାନ୍ତରିତ ହେଉଛନ୍ତି, ଯେଉଁଠାରେ ସେ ନିଜ ପରିବାର ସହ ରହିବେ।

ଶାହରୁଖ ଖାନଙ୍କ ଘର ମନ୍ନତର ନବୀକରଣ କରାଯାଉଛି। ଏଥିପାଇଁ ଗୌରୀ କୋଟି କୋଟି ଟଙ୍କାର ଏକ ଫ୍ଲାଟ ବିକ୍ରି କରିଛନ୍ତି। ଏହି କାରଣରୁ ସମଗ୍ର ପରିବାର ପାଲି ହିଲକୁ ସ୍ଥାନାନ୍ତରିତ ହେଉଛନ୍ତି, ଯେଉଁଠାରେ ସେ ନିଜ ପରିବାର ସହ ରହିବେ।

gauri-khan-sells-luxury-flat

ମୁମ୍ବାଇ: ମୁମ୍ବାଇରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ବିଭିନ୍ନ ଐତିହାସିକ ସ୍ଥାନ ସହିତ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥାଏ ଧନୀକ ବ୍ୟକ୍ତିଙ୍କ ବଡ଼ ବଡ଼ ବଙ୍ଗଳା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗ‌ଳା ମନ୍ନତ ସେଥିମଧ୍ୟରୁ ଅନ୍ୟତମ। ଲୋକେ ମୁମ୍ବାଇକୁ ବୁଲିବାକୁ ଗଲେ ମନ୍ନତକୁ ଦେଖିବାକୁ ଜମା ବି ଭୁଲନ୍ତି ନାହିଁ। ଶାହରୁଖ ଏହି ଘର ତିଆରି କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ସେ ନିଜ ପରିବାର ସହ ଏହି ଘର ଛାଡ଼ିବେ।

ମନ୍ନତର ମରାମତି ହେବାକୁ ଥିବାରୁ ଶାହରୁଖ ଖାନ, ପତ୍ନୀ ଗୌରୀ ଖାନ, ପୁଅ ଆରୟନ ଖାନ, ଝିଅ ସୁହାନା ଖାନ ଏବଂ ପୁଅ ଅବରାମ ଚଳିତ ବର୍ଷ ମେ’ ମାସ ପୂର୍ବରୁ ମନ୍ନତ ଛାଡି ବାନ୍ଦ୍ରାର ପାଲି ହିଲକୁ ରହିବାକୁ ଯିବେ। ତେବେ ମରାମତି ପାଇଁ ଅଧିକ ଟଙ୍କା ଦରକାର ଥିବାରୁ ଗୌରୀ ନିଜର ଏକ ଘର ବିକ୍ରି କରିଥିବା ସାମ୍ନାକୁ ଆସିଛି। ଗୌରୀ ମୁମ୍ବାଇର ଦାଦର ୱେଷ୍ଟ ଅଞ୍ଚଳରେ ଥିବା ଏକ ବିଳାସପୂର୍ଣ୍ଣ ଘର ବିକିଛନ୍ତି।

ଏହି ଆପାର୍ଟମେଣ୍ଟଟି ଅଗଷ୍ଟ ୨୦୨୨ରେ ୮.୫ କୋଟି ଟଙ୍କାରେ କିଣିଥିଲେ ଗୌରୀ। ହେଲେ ଏବେ ଘରର ମରାମତି ପାଇଁ ସେ ଏହି ଆପାର୍ଟମେଣ୍ଟକୁ ୩.୧କୋଟି ଟଙ୍କା ଲାଭ ସହିତ ବିକ୍ରି କରିଛନ୍ତି। ଏହା ୧୧.୬୧ କୋଟି ଟଙ୍କାରେ ବିକ୍ରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe