ରଣବୀରଙ୍କ ପରିବାର ଦେଲେ ଦୀପିକା ପାଦୁକୋନ୍‌ଙ୍କୁ ଏହି ଉପହାର

Advertisment
ରଣବୀରଙ୍କ ପରିବାର ଦେଲେ ଦୀପିକା ପାଦୁକୋନ୍‌ଙ୍କୁ ଏହି ଉପହାର

photo-cocktailbollyspice.com

ମୁମ୍ବାଇ: ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ଏବଂ ଜଣାଶୁଣା ହିରୋ ରଣବୀର ସିଂହ କିଛି ଦିନହେବ ନ୍ୟୁ ଇୟର୍‌ ମନାଇବାପାଇଁ ମାଳଦ୍ୱୀପଠାରେ ପହଞ୍ଚିଥିଲେ। ସେଠାରେ ଉଭୟଙ୍କ ପରିବାର ବି ଥିଲେ। ପ୍ରଥମେ ଶୁଣିବାକୁ ମିଳିଥିଲା ଯେ ସେଠାରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂହଙ୍କର ଏନଗେଜମେଣ୍ଟ ହେବ। ଇତିମଧ୍ୟରେ ଏହି ପ୍ରେମୀଯୁଗଳ ମାଳଦ୍ୱୀପଠାରେ ଛୁଟି କାଟି ଭାରତ ଫେରିଲେଣି ,ହେଲେ ଏନଗେଜମେଣ୍ଟ ହୋଇ ନଥିବା କୁହାଯାଉଛି।

publive-image photo-intoday.in

ତେବେ ସେଠାରେ ରଣବୀରଙ୍କ ପରିବାର ପକ୍ଷରୁ ଦୀପିକାଙ୍କୁ ଏକ ମଲ୍ୟବାନ ଉପହାର ଦିଆଯାଇଥିବା ଜଣାଯାଇଛି। ସେହି ଉପହାର ହେଲା ଏକ ଡାୟମଣ୍ଡ ସେଟ୍‌ ଏବଂ ସବ୍ୟସାଚୀ ମୁଖାର୍ଜୀଙ୍କ ଶାଢ଼ି। ଏହାକୁ ପାଇ ଦୀପିକା ଖୁବ୍‌ ଖୁସି ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଦୀପିକା ପାଦୁକୋନ୍‌ଙ୍କ ପିତା ପ୍ରକାଶ ପାଦୁକୋନ୍‌ ବିବାହ ପାଇଁ ସ୍ୱାଧୀନତା ଦେଇଛନ୍ତି। ସେ ରଣବୀରଙ୍କ ସହ ସଂପର୍କକୁ ନେଇ ବି କିଛି ଆପତ୍ତି କରି ନାହାନ୍ତି। ଏବେ ଦେଖିବା କଥା ସତରେ କେବେ ଏନଗେଜମେଣ୍ଟ ହେଉଛି ଏବଂ ବାହାଘର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe