'ବେସରମ ରଙ୍ଗ' ଗୀତରେ ନାଚି ଦୀପିକାଙ୍କୁ ପଛରେ ପକାଇଲେ ଏହି ଯୁବତୀ, ଭିଡିଓ ହେଉଛି ଟ୍ରେଣ୍ଡିଂ

Advertisment
'ବେସରମ ରଙ୍ଗ' ଗୀତରେ ନାଚି ଦୀପିକାଙ୍କୁ ପଛରେ ପକାଇଲେ ଏହି ଯୁବତୀ, ଭିଡିଓ ହେଉଛି ଟ୍ରେଣ୍ଡିଂ

ndtv.in

ମୁମ୍ବ‌ାଇ: ‘ପଠାନ୍‌’ ଓ ଏହି ଫିଲ୍ମରେ ଥିବା ଗୀତଗୁଡ଼ିକ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁ ପାରିଛି। ଫିଲ୍ମର 'ବେସରମ ରଙ୍ଗ' ଗୀତ ଲୋକଙ୍କଠାରୁ ବହୁତ ଭଲପାଇବା ପାଇଛି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ଆକର୍ଷଣୀୟ ଚେହେରା ଦର୍ଶକଙ୍କୁ ପାଗଳ କରିଥିବା ବେଳେ ସୋସିଆଲ୍‌ ମିଡିଆରେ ଏହି ଗୀତରେ ଅନେକ ରିଲ୍ସ ଦେଖିବାକୁ ମିଳିଛି।  ନିକଟରେ ସୋସିଆଲ ମିଡିଆରେ ଏହି ଗୀତରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଲୋକ ଦୀପିକାଙ୍କୁ ଭୁଲି ଯାଇଛନ୍ତି।  ଭିଡିଓରେ, ଜଣେ ଯୁବତୀ ନୃତ୍ୟ ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି।

ତେବେ ଯୁବତୀ ଜଣକ ଦୀପିକାଙ୍କ ସହ ଏକ କଡ଼ା ପ୍ରତିଯୋଗିତା କରିଥିବା କହିଲେ ଭୁଲ୍‌ ହେବ ନାହିଁ। ସେ ଏତେ ଚମତ୍କାର ନାଚିଛନ୍ତି ଯେ ତାଙ୍କୁ ଦେଖି ଲୋକେ ଦୀପିକାଙ୍କ ସହ ତୁଳନା କରିବାକୁ ପଛେଇ ନାହାନ୍ତି। ଏପରିକି କେହି କେହି ତାଙ୍କୁ ଅଭିନେତ୍ରୀ ଦୀପିକାଙ୍କଠାରୁ ବି ଭଲ ନାଚୁଥିବା ମତ ରଖିଛନ୍ତି। ‘ପଠାନ୍‌’ର ଏହି ଗୀତରେ ଯଦି ସେ ନାଚିଥାନ୍ତେ ଫିଲ୍ମଟି ଆହୁରି ଜବରଦସ୍ତ ରୋଜଗାର କରିଥାନ୍ତା ବୋଲି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କମେଣ୍ଟ୍‌ ଆକାରରେ କହିଛନ୍ତି।

ଯୁବତୀଙ୍କ ନାଁ ମନୀଷା ସତୀ। ଦୀପିକାଙ୍କ ପରି ‌ 'ବେସରମ ରଙ୍ଗ' ଗୀତରେ ଅଣ୍ଟା ହଲାଉଥିବା ମନୀଷାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି ଏବଂ ୫.୫ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରି ସାରିଲେଣି। କେହି କେହି ଏହାକୁ ଦୀପିକାଙ୍କ ଅପେକ୍ଷା ଭଲ କହୁଥିବା ବେଳେ ଅନ୍ୟ ଜଣେ ବ୍ୟବହାରକାରୀ  ଲେଖିଛନ୍ତି ଯେ, 'ଯଦି ଆପଣ ଚଳଚ୍ଚିତ୍ରର ଏହି ଗୀତରେ ଥାଆନ୍ତେ, ତେବେ ଆପଣଙ୍କୁ ବର୍ତ୍ତମାନ ସୁଦ୍ଧା ୩୦୦ ମିଲିୟନ୍‌ ଭିୟୁ ମିଳି ସାରନ୍ତାଣି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe