ଗାଁରୁ ଉପଦ୍ରବକାରୀ ମାଙ୍କଡ଼କୁ କାଢ଼ିବା ପାଇଁ ନିବେଦନ‌, ଟ୍ବିଟ୍‌ର ଏପରି ମଜାକିଆ ଜବାବ ଦେବା ସହ ଏହି ପଦକ୍ଷେପ ନେଲେ ସୋନୁ

ସୋନୁ ସୁଦ୍‌ଙ୍କ ଘରେ ଆୟକର ଚଢ଼ଉ

PNN - Paper News Network

ମୁମ୍ବାଇ: ପୂର୍ବରୁ ଅନେକ ଜନହିତକର କାର୍ଯ୍ୟ କରି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଚର୍ଚ୍ଚାରେ ରହି ସାରିଛନ୍ତି। ‌ତାଙ୍କୁ ବିଭିନ୍ନ ମହଲରୁ ବିଭିନ୍ନ ପ୍ରକାରର ସାହାଯ୍ୟ ପାଇଁ ନିବେଦନ ହୋଇଛି ଓ ‌ସୋନୁ ସେ ସମସ୍ତ ନିବେଦନକାରୀଙ୍କ କଥା ରଖିଛନ୍ତି ମଧ୍ୟ। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୋନୁ ନିକଟରେ ଏକ ଗାଁରୁ ଉପଦ୍ରବକାରୀ ମାଙ୍କଡ଼କୁ ବିଦା କରିବା ନେଇ ଚର୍ଚ୍ଚା ପାଲଟିଛନ୍ତି।

ଘଟଣାଟି ହେଉଛି ଉତ୍ତରପ୍ରଦେଶସ୍ଥିତ କୁଶିନଗର ଜିଲ୍ଲାର ରାମକେଲାର ପରବରପାର ଗ୍ରାମର। ସେହି ଗ୍ରାମରେ ବହୁଦିନ ହେବ ଏକ ମାଙ୍କଡ଼ ଆତଙ୍କ ଖେଳାଇ ଅନେକ ଲୋକଙ୍କୁ ହଇରାଣ କରି ଆସୁଥିବାରୁ ବାସୁ ଗୁପ୍ତା ନାମକ ଜଣେ ଯୁବକ ଏକ ଟ୍ବିଟ୍‌ କରି ସୋନୁଙ୍କୁ ତାଙ୍କ ସମସ୍ୟା ଜଣାଇଥିଲେ।

ସେ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, ‘ସୋନୁ ସୁଦ୍‌ ସାର୍‌, ଆମ ଗାଁରେ ଏକ ମାଙ୍କଡ଼ କାରଣରୁ ଏବେ ସୁଦ୍ଧା ୧୨ ଜଣ ଲୋକ ଆହତ ହୋଇ ସାରିଲେଣି। ଆପଣଙ୍କୁ ନିବେଦନ କରୁଛୁ କି ସେହି ମାଙ୍କଡ଼କୁ ଆମ ଗାଁରୁ ବାହାର କରି କେଉଁ ଦୂର ଜଙ୍ଗଲକୁ ପଠାଇ ଦିଅନ୍ତୁ।’

ଏହି ଟ୍ବିଟ୍‌ର ଉତ୍ତରରେ ସୋନୁ ଲେଖିଛନ୍ତି, ‘ବାସ୍‌, କେବଳ ମାଙ୍କଡ଼ ଧରିବା ହିଁ ବାକି ରହି ଯାଇଥିଲା ବନ୍ଧୁ। ଠିକଣା ପଠାନ୍ତୁ, ଇଏ କାମ ବି କରିକି ଦେଖିବା।’ ସୋନୁ ନିଜ ପ୍ରଚେଷ୍ଟାରେ ଏହି କାମ ବି କରି ଦେଖେଇଛନ୍ତି। ବନ ବିଭାଗ ଆସି ସେହି ମାଙ୍କଡ଼ଟିକୁ ଗାଁରୁ କାଢ଼ି ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe