Advertisment

୩୦ବର୍ଷୀୟ ଅଭିନେତ୍ରୀଙ୍କ ସହ ରହିଛି ଅନୈତିକ ସମ୍ପର୍କ, ପତ୍ନୀଙ୍କଠାରୁ ଅଲଗା ହେବେ ‌ଗୋବିନ୍ଦା !

Advertisment

ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ।

ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ।

tgovindaaa

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦା ଏବେ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା ମଧ୍ୟ କରୁଛନ୍ତି ବୋଲି ସାମ୍ନାକୁ ଆସିଛି। 

କୁହାଯାଉଛି ଯେ, ଗୋବିନ୍ଦା ଜଣେ ୩୦ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ପତ୍ନୀ ସୁନିତା କିଛି ଦିନ ତଳେ ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ସଙ୍କେତ ଦେଇଥିଲେ। ସେମାନଙ୍କ କାର୍ଯ୍ୟସୂଚୀ ମେଳ ଖାଉ ନଥିବାରୁ ସେମାନେ ଦୁହେଁ ଅଲଗା ଅଲଗା ଘରେ ରୁହନ୍ତି ବୋଲି କହିଥିଲେ ସୁନିତା। ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇ ସୁନିତା କହିଥିଲେ ଯେ, 'କୌଣସି ପୁରୁଷଙ୍କୁ କେବେବି ବିଶ୍ୱାସ କରନାହିଁ। ଲୋକମାନେ ବହୁରୂପୀ ଏଣ୍ଡୁଅ ପରି ରଙ୍ଗ ବଦଆନ୍ତି। ଆମେ ୩୭ ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛୁ। ସେ ପୂର୍ବରୁ କେବେ କୌଣସି ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିନାହାନ୍ତି। ଏବେ କଥା ଜାଣିନାହିଁ। ମୁଁ ପୂର୍ବରୁ ବହୁତ ସୁରକ୍ଷିତ ଥିଲି। କିନ୍ତୁ ଆଉ ନୁହେଁ। ୬୦ବର୍ଷ ପରେ ଲୋକମାନେ ପାଗଳ ହୋଇଯାଆନ୍ତି। ଗୋବିନ୍ଦା ୬୦ ବର୍ଷ ପୂରଣ କରିଛନ୍ତି। କିଏ ଜାଣେ ସେ କ’ଣ କରୁଛନ୍ତି।"

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏବେ ସୁନିତାଙ୍କ ପୁରୁଣା ସାକ୍ଷାତକାର ସବୁ ଭାଇରାଲ ହେଉଛି, ଯେଉଁଥିରୁ ଲୋକେ ଆକ‌ଳନ କରୁଛନ୍ତି ଯେ, ଗୋବିନ୍ଦା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ମାସ ହେଲା ସମ୍ପର୍କ ଭଲ ନାହିଁ। ତେବେ ଏହି ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe