୬ମାସ ପୂର୍ବରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ସୁନୀତା: ଗୋବିନ୍ଦାଙ୍କ ଓକିଲ

Advertisment

ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ।

ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ।

tsunitaaa

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦା ଏବେ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା ମଧ୍ୟ କରୁଛନ୍ତି ବୋଲି ସାମ୍ନାକୁ ଆସିଛି।

ଏମଧ୍ୟରେ ଗୋବିନ୍ଦାଙ୍କ ଓକିଲ ଲଳିତ ବିଣ୍ଡଲ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, "କିଛି ଭୁଲ ବୁଝାମଣା ଯୋଗୁଁ ସୁନୀତା ୬ମାସ ପୂର୍ବେ ଛାଡପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ଏବେ ଦମ୍ପତି ସେମାନଙ୍କର ମତଭେଦର ସମାଧାନ କରିଛନ୍ତି। ଦୁହେଁ ଏବେ ଏକାଠି ଖୁସି। ଏପରି ଘଟଣା ଗୋଟିଏ ଦମ୍ପତିଙ୍କ ମଧ୍ୟରେ ଘଟେ। ସେମାନଙ୍କର ସମ୍ପର୍କ ଦୃଢ଼। ସେମାନେ ସବୁବେଳେ ଏକାଠି ରହିବେ।"

ଏହା ପୂର୍ବରୁ ଚର୍ଚ୍ଚା ହୋଇଥିଲା ଯେ, ଗୋବିନ୍ଦା ଜଣେ ୩୦ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ପତ୍ନୀ ସୁନୀତା କିଛି ଦିନ ତଳେ ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ସହ ସମ୍ପର୍କ ବିଷୟରେ ସଙ୍କେତ ଦେଇଥିଲେ। ସେମାନଙ୍କ କାର୍ଯ୍ୟସୂଚୀ ମେଳ ଖାଉ ନଥିବାରୁ ସେମାନେ ଦୁହେଁ ଅଲଗା ଅଲଗା ଘରେ ରୁହନ୍ତି ବୋଲି କହିଥିଲେ ସୁନୀତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe