ମୁମ୍ବାଇ: ବୁଧବାର ସକାଳୁ ବଲିଉଡର ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଗୋବିନ୍ଦାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଜୁହୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହଠାତ ଗୋବିନ୍ଦାଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ନିରାଶ ହୋଇଯାଇଥିଲେ। ଶୀଘ୍ର ଗୋବିନ୍ଦା ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରି ଆସନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ପ୍ରକାର ପୋଷ୍ଟ ସେୟାର କରିଥିଲେ।
ବୁଧବାର ଅପରାହ୍ନରେ ଗୋବିନ୍ଦାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଆଶ୍ବସ୍ତିର ଖବର ଆସିଛି। ପ୍ରିୟର ଅଭିନେତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଯାଇଛି। ସେ ସୁସ୍ଥ ଅଛନ୍ତି। ଭଗବାନ ଗୋବିନ୍ଦାଙ୍କ ପ୍ରଶଂସକଙ୍କ ଡାକ ଶୁଣିଛନ୍ତି। ହସ୍ପିଟାଲରୁ ଛୁଟି ହୋଇ ଘରକୁ ଫେରୁଥିବା ବେଳେ ଗୋବିନ୍ଦା ତାଙ୍କ ଫ୍ୟାନ୍ସ ଓ କ୍ୟାମେରାମ୍ୟାନଙ୍କ ସାମ୍ନାରେ ହସିହସି ଛିଡ଼ା ହୋଇଥିଲେ ଏବଂ ଫଟୋ ପାଇଁ ପୋଜ ବି ଦେଇଥିଲେ।
ଅଧିକପଢ଼ନ୍ତୁ:ପାଠ ପଢ଼ାରେ ଭଲ ଥିଲେ ଶାହିନ୍, ଏଭଳି କାମ କରୁଥିବ ବୋଲି ବିଶ୍ବାସ ହେଉନି: ଶାହିନ୍ଙ୍କ ଭାଇ
ପ୍ରଶଂସକମାନଙ୍କ ପ୍ରାର୍ଥନା ଶୁଣିଲେ ଭଗବାନ
ଗୋବିନ୍ଦାଙ୍କ ବନ୍ଧୁ ଲଳିତ ବିନ୍ଦଲ ଗୋବିନ୍ଦାଙ୍କ ସ୍ବାସ୍ଥାବସ୍ଥା ବିଷୟରେ ସୂଚନା ଦେଇ କହିଛନ୍ତି, ଗୋବିନ୍ଦା ହଠାତ୍ ଅଚେତ ହୋଇ ଘରେ ପଡ଼ିଯାଇଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ କ୍ରିଟିକାଲ୍ କେୟାର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲେ। ଏହି ପରୀକ୍ଷା ରିପୋର୍ଟ ନର୍ମାଲ ଆସିବା ପରେ ଡାକ୍ତର ଗୋବିନ୍ଦାଙ୍କୁ ହସ୍ପିଟାଲରୁ ଛୁଟି କରି ଦେଇଛନ୍ତି।
ସୁସ୍ଥ ହୋଇ ଘରକୁ ଫେରି ଆସିଲେ ଗୋବିନ୍ଦା
ଗୋବିନ୍ଦା ଅନେକ ଦିନ ହେବ କାମରେ ଖୁବ ବ୍ୟସ୍ତ ରହୁଥିଲେ। ବିଶ୍ରାମ ନେବାପାଇଁ ବି ତାଙ୍କ ପାଖରେ ସମୟ ନଥିଲା। ଅତ୍ୟଧିକ କାମ ଚାପ ହେତୁ ସେ ଅଚେତ ହୋଇପଡ଼ି ଯାଇଥିବା ଆମେ ସନ୍ଦେହ କରୁଛୁ। ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି। ଡାକ୍ତର ତାଙ୍କୁ ଘରେ କିଛିଦିନ ପାଇଁ ବିଶ୍ରାମ ନେବାକୁ କହିବା ସହିତ ଖିଆପିଆ ଠିକଠାକ କରିବାକୁ ପରାମର୍ଶ ଦେଇଛନ୍ତି। ସୁସ୍ଥ ହୋଇ ଘରକୁ ଫେରିବା ପରେ ଗୋବିନ୍ଦା ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।’
ଅଧିକପଢ଼ନ୍ତୁ:ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/12/new-project-2-2025-11-12-15-03-44.jpg)