ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲାରେ ବିସ୍ଫୋରଣ ହେବା ପରେ, ଡାକ୍ତର ଶାହିନ ଏବେ ସୁରକ୍ଷା ଏଜେନ୍ସିଗୁଡ଼ିକର ରାଡାରରେ ଅଛନ୍ତି। ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲରେ ଗିରଫ ହୋଇଥିବା ଡାକ୍ତର ଶାହିନଙ୍କୁ ନେଇ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିବାରେ ଲାଗିଛି। ଶାହିନ୍ ଜୈସ୍-ଏ ମହମ୍ମଦର ମହିଳା ଶାଖା ଦାୟିତ୍ବରେ ଥିଲେ ବୋଲି ଦାବି କରାଯାଉଥିବା ବେଳେ ତାଙ୍କ ବଡ଼ ଭାଇ ସୋଏବ ତାଙ୍କ ଭଉଣୀଙ୍କ କାମ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "ପାରିବାରିକ ବିବାଦ ଯୋଗୁଁ ଗତ ଚାରି ବର୍ଷ ଧରି ଶାହିନଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ। ହେଲେ ସେ ଏଭଳି କରିଥିବେ ବୋଲି ମୁଁ ବିଶ୍ବାସ କରିପାରୁନି।"
ପାଠପଢ଼ାରେ ଭଲ ଥିଲେ ଶାହିନ୍
ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୋଏବ କହିଛନ୍ତି, "ମୁଁ ବିଶ୍ୱାସ କରିପାରୁନାହିଁ ଯେ, ସେ ଏପରି କରିଥିବେ। ପାରିବାରିକ ସମସ୍ୟା ଯୋଗୁଁ, ପ୍ରାୟ ଚାରି ବର୍ଷ ଧରି ଶାହିନଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ। ଶାହିନ ତାଙ୍କ ପିଲାବେଳେ ବହୁତ ବୁଦ୍ଧିମାନ ଥିଲେ। ପାଠପଢ଼ାରେ ବହୁତ ଭଲ ଥିଲେ ଶାହିନ୍। ତାଙ୍କର ମନ ଏଭଳି କାହାର ଜୀବନ ନେବା ପ୍ରତି କେବେ ବି ନଥିଲା।"
କୌଣସି ସଂଗଠନ ସହ ମୋ ଭଉଣୀ ଜଡ଼ିତ ନୁହେଁ
ସୋଏବ ଆହୁରି କହିଛନ୍ତି, ଏବେ ଗଣମାଧ୍ୟମ ଜରିଆରେ ମୁଁ ଶାହିନଙ୍କ ବିଷୟରେ ସୂଚନା ପାଉଛି। ହେଲେ ମୁଁ ବିଶ୍ୱାସ କରିପାରୁନାହିଁ ଯେ, ମୋ ଭଉଣୀ ଏହା କରିପାରିବ। ମୁଁ ଏହି ସମ୍ଭାବନାକୁ ମଧ୍ୟ ଖାରଜ କରୁଛି ଯେ, ସେ କୌଣସି ସଂଗଠନ ସହିତ ଜଡିତ।"
"ଆମେ ୨୦୧୨ ମସିହାରେ ଛାଡପତ୍ର ନେଇଥିଲୁ।"
ଡାକ୍ତର ଶାହିନଙ୍କ ସ୍ୱାମୀ ଡାକ୍ତର ହୟାତ କହିଛନ୍ତି, "ଆମର ବିବାହ ପରେ ମୁଁ ୨୦୧୨ ମସିହାରେ ଡାକ୍ତର ଶାହିନଙ୍କୁ ଛାଡପତ୍ର ଦେଇଥିଲି। ଏହା ପରେ, ସେ କେଉଁଠି ଅଛନ୍ତି ମୁଁ ଜାଣି ନଥିଲି, ଏବଂ ମୁଁ କେବେ ବି ତାଙ୍କ ସହିତ ଯୋଗାଯୋଗ ରଖିବାକୁ ମଧ୍ୟ ଚାହିଁନଥିଲି। ଆମର ଦୁଇଟି ପିଲା ଅଛନ୍ତି, ଯେଉଁମାନେ ମୋ ସହିତ ରୁହନ୍ତି।"
ଆହୁରି ପଢ଼ନ୍ତୁ: Fake Reel: ଫଲୋୟର୍ସ ବଢ଼ାଇବା ପାଇଁ ଜୀବନ ହାରିବାର ନାଟକ କଲେ ଯୁବକ, ଗିରଫ କଲା ପୁଲିସ
ଆହୁରି ପଢ଼ନ୍ତୁ: Donald Trump on H-1 B Visa: ଆମର ପ୍ରତିଭା ଦରକାର ଭିଡ଼ ନୁହେଁ: ଏଚ-୧-ବି ଭିସା ନେଇ ମନ୍ତବ୍ୟ ଦେଲେ ଟ୍ରମ୍ପ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/12/shaheena-2025-11-12-13-46-25.jpg)