ଆରତୀଙ୍କୁ ଆଶୀର୍ବାଦ ଦେଉ ଦେଉ ଏ କ’ଣ କହିଦେଲେ ଗୋବିନ୍ଦା, ଲୋକଙ୍କୁ ବୁଝିବାକୁ ହେଉଛି କଷ୍ଟ

ଆରତୀଙ୍କୁ ଆଶୀର୍ବାଦ ଦେଉ ଦେଉ ଏ କ’ଣ କହିଦେଲେ ଗୋବିନ୍ଦା, ଲୋକଙ୍କୁ ବୁଝିବାକୁ ହେଉଛି କଷ୍ଟ

ମୁମ୍ବାଇ: ଟିଭି ଅଭିନେତ୍ରୀ ଆରତୀ ସିଂ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀପକ ଚୌହାନଙ୍କ ସହ ଇସ୍କନ ମନ୍ଦିରରେ ତାଙ୍କର ବିବାହ ହୋଇଥିଲା। ଆରତୀ ଏବଂ ଦୀପକଙ୍କର ବିବାହ ବହୁତ ବଡ ଆକାରରେ ହୋଇଥିଲା ଯେଉଁଥିରେ ପରିବାରଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ କରିଥିଲେ। ଏମିତି କି ଯାହାଙ୍କ ଅପେକ୍ଷା ପୂରା ପରିବାର କରିଥିଲା ସେ ମଧ୍ୟ ଆସି ପହଞ୍ଚିଥିଲେ। ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀ ହେଉଛନ୍ତି ଆରତୀ। ଅଭିନେତ୍ରୀଙ୍କ ଭାଇ ତଥା ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକଙ୍କ ସହ ଗୋବିନ୍ଦାଙ୍କ କଥା କଟାକଟି ହୋଇଥିବାରୁ ସେ ବିବାହକୁ ଆସିବେ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଉପୁଜିଥିଲା।

ହେଲେ ‌ଗୋବିନ୍ଦା ବିବାହରେ ଯୋଗ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ସେ ବେଶୀ ସମୟ ରହିନଥିବା ଦେଖାଯାଇଥିଲା। ତୁରନ୍ତ ଆସି ସେ ଘରକୁ ଫେରିଥିବାରୁ ଇଚ୍ଛା ନଥାଇ ମନ ରଖିବା ପାଇଁ ଗୋବିନ୍ଦା କେବଳ ଆସିଥିଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ଏହା ସହ ଆରତୀଙ୍କୁ ଆଶୀର୍ବାଦ ଦେଇ ସେ ଯାହା କହିଥିଲେ, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆରତୀଙ୍କ ବିବାହକୁ ନେଇ କ’ଣ କହିବାକୁ ଚାହାନ୍ତି ବୋଲି ଗଣମାଧ୍ୟମ ପ୍ରଶ୍ନ କରିବାରୁ ଉତ୍ତରରେ ସେ କହିଥିଲେ, "ଈଶ୍ବରଙ୍କୁ ପ୍ରାର୍ଥନା...ଆରତୀଙ୍କ ଉପରେ କୃପା କରିଛନ୍ତି। କୌଣସି ପ୍ରକାରର ବାସ୍ତୁ ଶବ୍ଦ ଦୋଷ ନେବ ନାହିଁ।"

ଏହାର ଭିଡିଓ ଭାଇରାଲ ହେବା ପରେ ଶେଷରେ ସେ କହିଥିବା କଥାର ଅର୍ଥ କ’ଣ ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe