ଗୁଳିମାଡ଼ର ଶିକାର ହୋଇଥିବା ଗୋବିନ୍ଦାଙ୍କୁ ନେଇ ପୁଲିସର ପ୍ରତିକ୍ରିୟା

Advertisment

ବଲିଉଡ୍‌ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳିମାଡ଼ର ଶିକାର ହୋଇ ଆଇସିୟୁରେ ହୋଇଛନ୍ତି ଭର୍ତ୍ତି। ବନ୍ଧୁକ ଓ ଲାଇସେନ୍ସ ବୈଧ: ମୁମ୍ବାଇ ପୁଲିସ।

ବଲିଉଡ୍‌ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳିମାଡ଼ର ଶିକାର ହୋଇ ଆଇସିୟୁରେ ହୋଇଛନ୍ତି ଭର୍ତ୍ତି। ବନ୍ଧୁକ ଓ ଲାଇସେନ୍ସ ବୈଧ: ମୁମ୍ବାଇ ପୁଲିସ।

rtret


ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳିମାଡ଼ର ଶିକାର ହୋଇ ମୁମ୍ବାଇର ଏକ ଡାକ୍ତରଖାନାର ଆଇସିୟୁ ଭର୍ତ୍ତି ହୋଇଥିଲେ । ଆଇସିୟୁରେ ତାଙ୍କ ଗୋଡ଼ରେ ୧୦ଟି ସିଲେଇ ପଡ଼ିଛି। ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।

ଏହି ଘଟଣାକୁ ନେଇ ମୁମ୍ବାଇ ପୁଲିସ ପକ୍ଷରୁ ପ୍ରକାଶ,  ଗୋବିନ୍ଦଙ୍କ ଗୋଡ଼ରେ ଯେଉଁ ବନ୍ଧୁକରୁ ଗୁଳି ବାଜିଛି ସେଥିରେ ୬ଟି ଗୁଳି ଭର୍ତ୍ତି ଥିଲା। ଯେଉଁଥିରୁ ଗୋଟିଏ ଗୁଳି ମିସ ଫାୟାର ହୋଇ ଗୋବିନ୍ଦାଙ୍କ ଗୋଡ଼ରେ ବାଜିଥିଲା। ଏହି ବନ୍ଧୁକ ଓ ଲାଇସେନ୍ସ ନମ୍ବରକୁ ମେଳା ଯାଇଥିଲା। ଯେଉଁଥିରେ ଲାଇସେନ୍ସ  ବୈଧ ଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ, ଗୋବିନ୍ଦା ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଦେଖୁଥିଲେ। ଏହି ସମୟରେ ଅସାବଧାନତାବଶତଃ ବନ୍ଧୁକରୁ ଗୁଳି ମିସ ଫାୟାର ହୋଇ ଗୋବିନ୍ଦାଙ୍କ ଆଣ୍ଠୁରେ ବାଜିଥିଲା। ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲର ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ (ଆଇସିୟୁ)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା  ଚାଲିଛି।

ଗୁଳିଫୁଟିଥିବା ଗୋବିନ୍ଦାଙ୍କ ରିଭଲଭର ୦.୩୨ ବୋରର ହୋଇଥିବା ବେଳେ ଏହା ବହୁତ ପୁରୁଣା| ସୂତ୍ରରୁ ପ୍ରକାଶ ଯେ ଗୋବିନ୍ଦା ଏକ ନୂତନ ରିଭଲଭର କିଣିବାକୁ ଚାହୁଁଥିଲେ କିନ୍ତୁ ଏହା ପୂର୍ବରୁ ଏହି ଦୁର୍ଘଟଣା ଘଟିଗଲା। ଉକ୍ତ ରିଭଲଭର ଲକର ଏକ ଛୋଟ ଅଂଶ ଭାଙ୍ଗି ଯାଇଥିଲା । ଯେଉଁ କାରଣରୁ ଏହି ଘଟଣା ଘଟିଥିବା ବି ସନ୍ଦେହ କରାଯାଉଛି।

 ଗୋବିନ୍ଦା କହିଛନ୍ତି, ‘ଏହି  ଘଟଣା ସମୟରେ ମୁମ୍ବାଇ ପୁଲିସର ସୁରକ୍ଷା ଶାଖା ଦ୍ୱାରା ପ୍ରଦାନ କରାଯାଇଥିବା ଜଣେ ବଡି ଗାର୍ଡ ମୋ ସହ ଘରେ ଉପସ୍ଥିତ ଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe