ହସ୍ପିଟାଲରୁ ଘରକୁ ଫେରିବା ପରେ ଗୋବିନ୍ଦା ଦେଲେ ଏଭଳି ପ୍ରତିକ୍ରିୟା

ଗୁଳିମାଡ଼ର ଶିକାର ପରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗୋବିନ୍ଦା ପ୍ରତିକ୍ରିୟା ଦେଇ କହିଲେ, ‘ମୁଁ ଏବେ ସୁସ୍ଥ ଅଛି। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମୁଁ ଯଥାଶୀଘ୍ର ସୁସ୍ଥ ହୋଇ ଛିଡ଼ାହୋଇପାରେ। ଆଉ ଆପଣଙ୍କ ମନୋରଞ୍ଜନ କରିପାରେ।’

erwr

ମୁମ୍ବାଇ: ଅକ୍ଟୋବର ୧ ତାରିଖରେ ଘ‌ରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟିଯିବାରୁ ଅଭିନେତା ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ।  ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନିଦିନ ଚିକିତ୍ସିତ ହେବାପରେ ଏବେ ତାଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଛି।

ହସ୍ପିଟାଲରୁ ଗୋବିନ୍ଦା ଏକ ହୁଇଲ ଚେୟାରରେ ବାହାରିଥିଲେ। ଏହି ସମୟରେ ଅଭିନେତାଙ୍କ ଧର୍ମପତ୍ନୀ ସୁନୀତାଙ୍କ ପରାମର୍ଶ କ୍ରମେମ ଗଣମାଧ୍ୟମ ପାଇଁ ଗୋବିନ୍ଦା କିଛିସମୟ ଅଟକି ନିଜର ପ୍ରତିକ୍ରିୟା ଦେଇ କହିଥିଲେ, ‘ମୁଁ ଏବେ ସୁସ୍ଥ ଅଛି। କ୍ରେଟି କେୟାର ହସ୍ପିଟାଲର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଯେଉଁମାନେ ମୋତେ ଭଲ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ଗଣମାଧ୍ୟମକୁ ବି ଅଶେଷ ଧନ୍ୟବାଦ। ଯେଉଁମାନେ ମୋ ସହ ଜଡ଼ିତ ରହି ମୋର ସ୍ବାସ୍ଥ୍ୟ ସମ୍ପର୍କ‌ରେ ଲୋକଙ୍କୁ ଖବର ଦେଉଥିଲେ। 

ମୁଁ ଆପଣମାନଙ୍କ ପାଖକୁ ଫେରି ଆସିଛି। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମୁଁ ଯଥାଶୀଘ୍ର ସୁସ୍ଥ ହୋଇ ଛିଡ଼ାହୋଇପାରେ। ଆଉ ଆପଣଙ୍କ ମନୋରଞ୍ଜନ କରିପାରେ।

ଗୁଳି ବାଜିବାର ଅନୁଭବକୁ ବଖାଣି ଗୋବିନ୍ଦା କହିଥିଲେ, ‘ମୋର ବନ୍ଧୁକରୁ ଗୁଳି ଫୁଟି ଗୋଡ଼ରେ ବାଜି ରକ୍ତସ୍ରାବ ହେଲାଣି। ସେ ପର୍ଯ୍ୟନ୍ତ ମୁଁ କିଛି ବୁଝି ପାରି ନଥିଲି। ଯେମିତି ଲାଗିଲା ମୋ ଗୋଡ଼କୁ କେହି ଜଣେ ଶକ୍ତ ଗୋଇଠା ଦେଲା ଆଉ ମୁଁ ଚଟାଣରେ ପଡ଼ିଗଲି। ସୌଭାଗ୍ୟବଶତଃ ଡାକ୍ତର ଠିକ ସମୟରେ ମୋର ଚିକିତ୍ସା ଓ ଅସ୍ତ୍ରୋପଚାର କରି ମୋତେ ଏହି ଯନ୍ତ୍ରଣାରୁ ମୁକ୍ତି ଦେଇ ଦେଇଛନ୍ତି। ତାଙ୍କର ଏହି ସେବା କୁ ମୁଁ କଦାପି ଭୁଲି ପାରିବି ନାହିଁ।’ 

ଅଧିକପଢ଼ନ୍ତୁ:https://sambad.in/entertainment/90s-star-and-mahesh-babus-sister-in-law-confirmed-as-first-contestant-7243080

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe