କରୋନା ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ଗୋବିନ୍ଦା

Advertisment
କରୋନା ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ଗୋବିନ୍ଦା

ମୁମ୍ବାଇ: ବଲିଉଡର ଖିଲାଡି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପରେ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ପତ୍ନୀ ସୁନୀତା ଏନେଇ ସୂଚନା ଦେବା ସହ ଗୋବିନ୍ଦା ଏବେ ଘରେ ନିଜକୁ ସଙ୍ଗରୋଧ କରିଥିବା କହିଛନ୍ତି ସୁନୀତା। ତେବେ ଗୋବିନ୍ଦାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ ତାଙ୍କ ପାଇଁ କାମ କରୁଥିବା କର୍ମଚାରୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

Govinda tests positive for coronavirus. indiatoday

ଗୋବିନ୍ଦାଙ୍କ ମୁଖପାତ୍ର ଏକ ବିବୃତି ଜାରି କରି କହିଛନ୍ତି ଯେ, ଅତ୍ୟଧିକ ସତର୍କତା ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ଗୋବିନ୍ଦା ଅହୁଜା କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ରହିଛି ଏବଂ ସେ ଘରେ ସଙ୍ଗରୋଧରେ ଅଛନ୍ତି। ଗତ କିଛି ଦିନ ମଧ୍ୟରେ ଗୋବିନ୍ଦାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବା ପାଇଁ ପତ୍ନୀ ସୁନୀତା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ଭାରତ ତଥା ବିଦେଶରେ ରହୁଥିବା ତାଙ୍କ ପ୍ରଶଂସକଙ୍କଠାରୁ ଆଶୀର୍ବାଦ ଏବଂ ଶୁଭେଚ୍ଛା ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe