ମୁମ୍ବାଇ: ଗୋବିନ୍ଦା ଜଣେ ବଲିଉଡ ସୁପରଷ୍ଟାର। ସେ ୯୦ଦଶକରେ ବଲିଉଡରେ ରାଜ କରିଥିଲେ ଏବଂ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ। ହେଲେ ଏହି ଅଭିନେତା ଅନେକ ବର୍ଷ ହେଲାଣି ଫିଲ୍ମ ପରଦାରୁ ଦୂରରେ ରହିଛନ୍ତି। କିନ୍ତୁ ତାଙ୍କ ପତ୍ନୀ ସୁନୀତା ଆହୁଜା ଏବେ ଲାଇମଲାଇଟରେ। ତାଙ୍କର ବୟାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କ ପ୍ରତିକ୍ରିୟା ଏବେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଛାଡ଼ପତ୍ର ଗୁଜବକୁ ଅସ୍ୱୀକାର କରିବା ପରେ ଏବେ ସୁନୀତା ନିଜ ସ୍ବାମୀଙ୍କ ମିଛର ପର୍ଦ୍ଦାଫାଶ କରିଛନ୍ତି।
ଗୋବିନ୍ଦା ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ, ହଲିଉଡର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ 'ଅବତାର' ପ୍ରଥମେ ମୋତେ ଅଫର କରାଯାଇଥିଲା। କିନ୍ତୁ ହିରୋ ଦିବ୍ୟାଙ୍ଗ ହୋଇଥିବା ଜାଣି ମୁଁ ଫିଲ୍ମ କରିବାକୁ ମନା କରିଦେଇଥିଲି। ଗୋବିନ୍ଦାଙ୍କ ଏହି ଦାବି ଉପରେ ପ୍ରତିକ୍ରିୟା ଦେଇ ସୁନୀତା କହିଛନ୍ତି, "ମୁଁ ଜାଣିନାହିଁ କେବେ ତାଙ୍କୁ ଏହି ଫିଲ୍ମ ଅଫର କରାଯାଇଥିଲା। ମୁଁ ଗୋବିନ୍ଦାଙ୍କ ସହିତ ୪୦ବର୍ଷ ଧରି ଅଛି। 'ଅବତାର'ର ନିର୍ଦ୍ଦେଶକ ଏବଂ ପ୍ରଯୋଜକ କେବେ ତାଙ୍କ ପାଖକୁ ଫିଲ୍ମର ଅଫର ନେଇ ଆସିଥିଲେ ମୁଁ ଜାଣିନାହିଁ। ମୁଁ ଜାଣିନାହିଁ କେବେ ଏସବୁ ହେଲା।"
ତାଙ୍କର ଏହି ଖୁଲାସା ପରେ ଗୋବିନ୍ଦା କରିଥିବା ଦାବି ମିଛ ବୋଲି ପ୍ରମାଣ ହୋଇସାରିଛି।
Follow Us