ଆମକୁ କେହି ଅଲଗା କରିପାରିବେନି: ଛାଡ଼ପତ୍ର ଚର୍ଚ୍ଚାକୁ ନେଇ ସୁନୀତାଙ୍କ ପ୍ରତିକ୍ରିୟା

Advertisment

ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। କିଛି ଦିନ ହେଲାଣି ଚର୍ଚ୍ଚା ହେଉଛି ଯେ, ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଏହି ଚର୍ଚ୍ଚା ଉପରେ ଏବେ ସୁନୀତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। କିଛି ଦିନ ହେଲାଣି ଚର୍ଚ୍ଚା ହେଉଛି ଯେ, ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଏହି ଚର୍ଚ୍ଚା ଉପରେ ଏବେ ସୁନୀତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

tsunitaaw

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। କିଛି ଦିନ ହେଲାଣି ଚର୍ଚ୍ଚା ହେଉଛି ଯେ, ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦା ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଛନ୍ତି । ଏସବୁ ଚର୍ଚ୍ଚା ମଧ୍ୟରେ ଏବେ ପତ୍ନୀ ସୁନୀତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

କିଛି ମାସ ତଳେ ଗୋବିନ୍ଦା ଓ ସେ ଅଲଗା ଅଲଗା ଘରେ ରହୁଥିବା ବିଷୟରେ ଜଣାଇଥିଲେ ସୁୁନୀତା। ଏହି କଥାଟି ଛାଡ଼ପତ୍ର ଚର୍ଚ୍ଚାକୁ ବଢ଼ାଇଥିବା ବେଳେ ସ୍ପଷ୍ଟୀକରଣ ଦେଇ ସୁନୀତା କହିଛନ୍ତି ଯେ, "ଆମେ ଅଲଗା ରହୁଛୁ କାରଣ ଯେତେବେଳେ ଗୋବିନ୍ଦା ରାଜନୀତିରେ ଯୋଗ ଦେଇଥିଲେ, ମୋ ଝିଅ ବଡ଼ ହେଉଥିଲା, ଏବଂ ଦଳୀୟ କର୍ମୀମାନେ ପ୍ରାୟତଃ ଆମ ଘରକୁ ଆସୁଥିଲେ। ଯେହେତୁ ଆମେ ହାଫ ପ୍ୟାଣ୍ଟ ପିନ୍ଧି ଘରେ ମୁକ୍ତ ଭାବରେ ବୁଲାବୁଲି କରୁ, ଘରକୁ ବାହାର ଲୋକ ଆସୁଥିବା ଦେଖି ଆମେ ଘର ପାଖରେ ଏକ କାର୍ଯ୍ୟାଳୟ କରିବାକୁ ନିଷ୍ପତ୍ତି ନେଇଥିଲୁ। ଯଦି ଏ ଦୁନିଆରେ ମୋତେ ଏବଂ ଗୋବିନ୍ଦାକୁ ଅଲଗା କରିବାକୁ ସାହସ କାହାର ଅଛି, ତେବେ ସେମାନେ ସାମ୍ନା ଆସନ୍ତୁ।" ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe