ବାହା ହେବେ ଗୁଡ୍ଡୁ ଭୟା

ବାହା ହେବେ ଗୁଡ୍ଡୁ ଭୟା

ଓଟିଟି ପ୍ଲାଟ୍‌ଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓର ଲୋକପ୍ରିୟ ୱେବ୍‌ସିରିଜ୍‌ ‘ମିର୍ଜାପୁର’ର ଗୁଡ୍ଡୁ ଭୟା ଓରଫ ଅଲ୍ଲୀ ଫଜଲ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘ ଦିନ ହେବ ସେ ବଲିଉଡ୍‌ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ଡେଟିଂ କରିବା ପରେ ଶେଷରେ ତାଙ୍କ ହାତ ଧରିବେ ବୋଲି ଜାଣିବାକୁ ମିଳିଛି।

ଏନେଇ ଫଜଲ ଇନ୍‌ଷ୍ଟାଗ୍ରାମ୍‌ରେ ରିଚାଙ୍କ ମେହେନ୍ଦି ହାତର ଏକ ଫଟୋ ସେୟାର୍ କରିଛନ୍ତି। ଅଲ୍ଲୀଙ୍କ ଏହି ପୋଷ୍ଟକୁ ନେଇ ଅନେକ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କ ସହ ପ୍ରଶଂସକମାନେ ଉଭୟଙ୍କୁ ଏଥିପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ଗତ ବର୍ଷ ଏପ୍ରିଲ୍‌ରେ ଫଜଲ୍ ଓ ରିଚାଙ୍କର ବିବାହ ହୋଇଥା’ନ୍ତା। ମାତ୍ର କରୋନା ପାଇଁ ଗୋଟେ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe