ଏ ଦୁଇ ସୁପରଷ୍ଟାର୍‌ ଗେଷ୍ଟ ଆପିଅରାନସ୍‌ରେ ଥିଲେ ଏ ବର୍ଷ 

Advertisment
ଏ ଦୁଇ ସୁପରଷ୍ଟାର୍‌ ଗେଷ୍ଟ ଆପିଅରାନସ୍‌ରେ ଥିଲେ ଏ ବର୍ଷ 

photo-hindustantimes

ମୁମ୍ବାଇ: ୨୦୧୭ରେ ବଲିଉଡର ଦୁଇ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ଗେଷ୍ଟ ଆପିଅରାନସ୍‌ ଦେଇ  ଦର୍ଶକଙ୍କୁ ଚକିତ କରିଥିଲେ ହେଲେ ଏମାନଙ୍କ ଭିତରୁ କେବଳ ସଲମାନ୍‌ ଯେଉଁ ସିନେମାରେ ଅତିଥି କଳାକାର ବନିଥିଲେ ତାହା ସୁପରହିଟ୍‌ ହୋଇଛି। କିନ୍ତୁ ଶାହରୁଖ୍‌ଙ୍କ କ୍ଷେତ୍ରରେ ସେଭଳି ଘଟି ନଥିଲା। ୧୯୯୭ର ସୁପରହିଟ୍‌ ‘ଜୁଡ଼୍‍ଓ୍ଵା’ର ସିକ୍ୱେଲ୍‌ ‘ଜୁଡ଼୍‍ଓ୍ଵା-୨’ରେ ସଲ୍‌ମାନ୍‌ ଖାନ୍‌ ଗେଷ୍ଟ ଆପିଅରାନ୍‌ସରେ ନଜର ଅସିଥିଲେ । ‘ଜୁଡ଼୍‍ଓ୍ଵା-୨’ର କ୍ଲାଇମାକ୍ସରେ ସଲ୍‌ମାନ୍‌ ନଜର ଆସଥିଲେ। ତା’ ଛଡ଼ା ଏହି ଫିଲ୍ମରେ ରହିଥିବା  ଟନ୍‌ଟନାଟନ୍‌ ଟନ୍‌ଟନ୍‌ ତାରା...ଗୀତରେ ବି ମଧ୍ୟ ଦେଖାଦେଲେ ବଲିଉଡ଼୍‍ର ଦବଙ୍ଗ ବୟ୍‌ ସଲ୍‌ମାନ୍‌ ଖାନ୍‌।

ସଲ୍‌ମାନ୍‌ ଖାନ୍‌ଙ୍କ ସହିତ ପ୍ରଥମ ଥର ପାଇଁ ସୁଟିଂ କରୁଥିବା ହେତୁ ନାୟକ ବରୁଣ ଧଓ୍ଵନ୍‌  ତାଙ୍କର ଖୁସିକୁ ଜାହିର୍‌ କରିବା ସହିତ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ  ‘ଜୁଡ଼୍‍ଓ୍ଵା-୨’ର ସେଟ୍‌ରେ ସଲ୍‌ମାନ୍‌ଙ୍କ ସହିତ ନିଆଯାଇଥିବା ଫଟୋକୁ ମଧ୍ୟ ସେ ସେୟାର୍‌ କରିଥିଲେ। ଅନ୍ୟପକ୍ଷରେ ଏହାର ଏକ ଭିଡ଼ିଓକୁ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ଅପଲୋଡ଼୍‍ କରି ସିନେପ୍ରେମୀଙ୍କ ମହଲରେ ଆଲୋଡନ ସୃଷ୍ଟି କରିଥିଲେ ନାୟିକା ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ।

publive-image photo-theindianexpress

ଏଠାରେ ସୂଚନାଯୋଗ୍ୟଯେ,‘ଜୁଡ଼୍‍ଓ୍ଵା-୨’ରେ  ବରୁଣ ଧଓ୍ଵନ୍‌,ତାପସୀ ପନ୍ନୁ ବି ଅଭିନୟ କରିଥିଲେ।ସାଜିଦ୍‌ ନାଡ଼ିଆଜ୍‌ଓ୍ଵାଲାଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ଡ଼େଭିଡ଼୍‍ ଧଓ୍ଵନ୍‌। ସଲମାନ୍‌ ଖାନ ‘ଜୁଡ଼୍‍ଓ୍ଵା’ରେ ହିରୋ ହୋଇଥିବା ହେତୁ ଏବଂ ପ୍ରଯୋଜକ ସାଜିଦଙ୍କ ସହ ସୁସଂପର୍କ ଥିବା ହେତୁ‘ଜୁଡ଼୍‍ଓ୍ଵା-୨’ରେ   ଗେଷ୍ଟ ଆପିଅରାନସ୍‌ ଦେବାକୁ ରାଜି ହୋଇଥିଲେ। ଅପରପକ୍ଷରେ ସଲମାନ୍‌ ଖାନ୍‌ ତାଙ୍କ ଅଭିନୀତ ‘ଟିଉବ୍‌ ଲାଇଟ୍‌’ ସିନେମାରେ  କିଙ୍ଗ ଖାନ୍‌ ଶାହରୁଖ୍‌ ଖାନଙ୍କୁ ଏକ ଅତିଥି ଭୂମିକା କରିବାକୁ ଅନୁରୋଧ କରିଥିଲେ ଯାହାକୁ ସେ ସ୍ୱୀକାର କରିଥିଲେ। କିନ୍ତୁ ଉଭୟ ସଲମାନ୍‌ ଏବଂ ଶାହରୁଖଙ୍କ ଉପସ୍ଥିତି ଥାଇ ବି‘ଟିଉବ୍‌ ଲାଇଟ୍‌’ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଅତୀତରେ ଶାହରୁଖ୍‌ ଖାନଙ୍କ ଅଭିନୀତ ‘କୁଛ କୁଛ ହୋତା ହେ’ ଏବଂ ହମ୍‌ ତୁହ୍ମାରେ ହେ ସନମ୍‌’ରେ ସଲମାନ୍‌ ଖାନ୍‌ ଗେଷ୍ଟ ରୋଲ୍‌ ବା ସ୍ପେସିଆଲ୍‌ ଆପିଅରାନସରେ ଦେଖା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe