ନୂଆ ସିନେମା ’ବୋଉର ହାତବାକ୍ସ’

ନୂଆ ସିନେମା ’ବୋଉର ହାତବାକ୍ସ’

ପୁଅ ପାଇଁ ସାଇତା ରହିଛି ‘ବୋଉର ହାତବାକ୍ସ’। ପୁଅ ନା ଆଉ କିଏ ଖୋଲିବ ‘ବୋଉର ହାତବାକ୍ସ’! ଗାଁ ଗହଳିର ମଧ୍ୟବିତ୍ତ ପରିବାର। ସ୍ୱାମୀ, ପୁଅ ବୋହୁଙ୍କୁ ନେଇ ଲୋପାମୁଦ୍ରାଙ୍କ ସୁଖର ସଂସାର। ପୁଅ ସହରରେ ଚାକିରି କରେ, ବୋହୁ ତା’ପାଖରେ ରହେ। ଗାଁ ଘରେ ରହି ଯାଆନ୍ତି ବାପା ବୋଉ। ସମସ୍ତଙ୍କ ପାଇଁ ସମୟ ଦେଇ ଦେଇ ବିଚରା ନିଜ ପାଇଁ କେବେ ସମୟ ବାହାର କରିପାରିନାହାନ୍ତି ଲୋପାମୁଦ୍ରା। ବୟସ ଅଧିକ ହେବା କାରଣରୁ ଦେହପା’ ଭଲରହୁନି।

ପୁଅକୁ ଗାଁକୁ ଅଯଥାରେ ଡାକିବାକୁ ଚାହୁନି ବୋଉ। ଜ୍ୱରରେ ଆକ୍ରାନ୍ତ ବୋଉକୁ ଟିକେ ଦେଖିବା ପାଇଁ ବାପା ଡକାଇପଠାନ୍ତି ପୁଅକୁ। ହେଲେ ପୁଅ ଆସୁଛି ନା ନାହିଁ ଏହା କହିବ କାହାଣୀର ଶେଷଦୃଶ୍ୟ। ଡ. ଆରତୀ ପାଟ୍ଟଯୋଶୀଙ୍କ ବଳିଷ୍ଠ କାହାଣୀ ସହ ନାରାୟଣ ପତିଙ୍କ ଚିତ୍ରନାଟ୍ଟ୍ୟ ଓ ନିର୍ଦ୍ଦେଶନା ସିନେମାକୁ ଅଧିକ ଜୀବନ୍ତ କରିଛି। ଏଥିରେ ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଗୀତ ରଚନା କରିଥିବା ବେଳେ ସଂଗୀତରେ ସଜାଇଛନ୍ତି କ୍ଷୀତିପ୍ରକାଶ ମହାପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe