ପାକ୍ ଅଭିନେତ୍ରୀ ହାନିଆଙ୍କୁ ପାଣି ବୋତଲ ପଠାଇଲେ ଭାରତୀୟ ପ୍ରଶଂସକ

tbwhjqkh

ଇସଲାମାବାଦ: ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ଭାରତରେ ମଧ୍ୟ ବହୁତ ଲୋକପ୍ରିୟ। ଏହି ଅଭିନେତ୍ରୀ ଦିଲଜିତ୍ ଦୋସାଞ୍ଜଙ୍କ ଫିଲ୍ମ ସର୍ଦ୍ଦାରଜୀ-୩ ସହିତ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଥିଲେ। କିନ୍ତୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ସେ ରାତାରାତି ଫିଲ୍ମରୁ ବାଦ୍ ପଡ଼ିଛନ୍ତି। ଆଉ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ମଧ୍ୟ ଭାରତୀୟ ପ୍ରଶଂସକମାନେ ତାଙ୍କୁ ଅନଫଲୋ କରି ଟ୍ରୋଲ୍ କରୁଛନ୍ତି।

ଇନଷ୍ଟାଗ୍ରାମରେ ହାନିଆ ଆମିରଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ, ଭାରତୀୟ ପ୍ରଶଂସକମାନେ ତାଙ୍କୁ ଅନଫଲୋ କରୁଥିବା ଲେଖୁଛନ୍ତି। ଏମଧ୍ୟରେ ତାଙ୍କର ଜଣେ ଭାରତୀୟ ପ୍ରଶଂସକ ତାଙ୍କ ପାଣି ବୋତଲ ପଠାଇଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଏକ ପାଣି ପେଟି ରଖାଯାଇଛି ଓ ଏହା ଉପରେ ହାନିଆ ଆମିରଙ୍କ ନାମ‌ ଲେଖାଯାଇଛି।

କିଛି ଦିନ ତଳେ ତାଙ୍କ ଭାରତୀୟ ପ୍ରଶଂସକ ତାଙ୍କୁ ଅନଫଲୋ କରି ଲେଖିଥିଲେ ଯେ, "ଦୁଃଖିତ, କିନ୍ତୁ ଦେଶଠାରୁ ଉପରେ କିଛି ନାହିଁ। ମୁଁ ତୁମକୁ ଅନୁସରଣ କରିବା ବନ୍ଦ କରୁଛି। ବାଏ ବାଏ।" ଆଉ ଜଣେ ଲେଖିଥିଲେ , 'ମୁଁ ଦେଶ ସହିତ ବିଶ୍ୱାସଘାତକତା କରିପାରିବିନାହିଁ। ସେଥିପାଇଁ ମୁଁ ତୁମକୁ ଅନଫଲୋ କରୁଛି।' ଆଉ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଥିଲେ - 'କ୍ଷମା କରିବେ କିନ୍ତୁ ମୋ ଦେଶ ମୋର ପ୍ରଥମ ପ୍ରାଥମିକତା।' ଏହା ବ୍ୟତୀତ, ଆଉ ଜଣେ ଲେଖିଥିଲେ - 'କ୍ଷମା କରିବ ମୁଁ ତୁମକୁ ଘୃଣା କରେ। ଦେଶ ପ୍ରଥମେ।' 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe