ଭାରତର ଏୟାରଷ୍ଟ୍ରାଇକ୍‌କୁ କାପୁରୁଷତା କହିଲେ ପାକ୍ କଳାକାର

23

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ। 'ଅପରେସନ ସିନ୍ଦୂର' ଅଧୀନରେ ପାକିସ୍ତାନ ଉପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ କରିଛି।  ଭାରତୀୟ ସେନା, ପାକିସ୍ତାନ ଏବଂ ପିଓକେରେ ନିର୍ମିତ ୯ଟି ଆତଙ୍କବାଦୀ ତାଲିମ ଶିବିରକୁ ଧ୍ୱଂସ କରିଛି। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଭାରତ ସରକାରଙ୍କ ଏହି ପଦକ୍ଷେପକୁ ନେଇ ସାରା ବିଶ୍ବ‌ରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପାକିସ୍ତାନ କଳାକାର ଏହାକୁ ନିନ୍ଦା କରିଛନ୍ତି।

ଏୟାରଷ୍ଟ୍ରାଇକ୍‌କୁ ଭାରତର କାପୁରୁଷତା ବୋଲି କହିଛନ୍ତି ପାକ୍ କଳାକାର ହାନିଆ ଅମୀର୍ ଓ ମାହିରା ଖାନ୍। ପାକିସ୍ତାନର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ମାହିରା ଖାନ୍, ଆକ୍ରମଣକୁ ସମାଲୋଚନା କରି ଲେଖିକା ଫାତିମା ଭୁଟ୍ଟୋ କରିଥିବା ଟ୍ୱିଟକୁ ପୁନଃ ପୋଷ୍ଟ କରିଛନ୍ତି ଏବଂ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "ଏହା କାପୁରୁଷତା!!! ଈଶ୍ବର ଆମ ଦେଶକୁ ରକ୍ଷା କରନ୍ତୁ। ସଦ୍‌ବୁଦ୍ଧି ଆସୁ। ଆମେନ।"

ଅନ୍ୟପକ୍ଷରେ ହାନିଆ ଅମୀର୍‌ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "କାପୁରୁଷତା।" ପହଲଗାମ୍ ଆକ୍ରମଣ ପୂର୍ବରୁ ଭାରତୀୟ ଫିଲ୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଥିବା ହାନିଆ ଏଭଳି ଭାରତକୁ ନିନ୍ଦା କରିବା କାହାକୁ ପସନ୍ଦ ଆସିନାହିଁ। ତାଙ୍କର ଏଭଳି ପୋଷ୍ଟ ପରେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe