୧୭ବର୍ଷ ଲିଭ୍ ଇନରେ ରହିବା ପରେ ସଫିନା ହୁସେନଙ୍କୁ ବିବାହ କଲେ 'ସିଟିଲାଇଟ୍ସ' ଓ 'ଛଲାଙ୍ଗ'ର ନିର୍ଦ୍ଦେଶକ ହଂସଲ ମେହତା

Advertisment
୧୭ବର୍ଷ ଲିଭ୍ ଇନରେ ରହିବା ପରେ ସଫିନା ହୁସେନଙ୍କୁ ବିବାହ କଲେ 'ସିଟିଲାଇଟ୍ସ' ଓ 'ଛଲାଙ୍ଗ'ର ନିର୍ଦ୍ଦେଶକ ହଂସଲ ମେହତା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ହଂସଲ ମେହତା। ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ହଂସଲ ମେହତା ଆଜି ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି। ୫୪ ବର୍ଷ ବୟସରେ ବୁଧବାର ଦିନ ସେ ସଫିନା ହୁସେନଙ୍କୁ ବିବାହ କରିଛନ୍ତି। ସେ ନିଜେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ବିବାହର କିଛି ଫଟୋ ‌ସେୟାର କରି ଏହି ଖୁସି ଖବର ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ଆଜ୍ ତକ ଅନୁଯାୟୀ, ଉଭୟ ୧୭ ବର୍ଷ ଧରି ଲିଭ୍ ଇନରେ ରହୁଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଥିବାବେଳେ ଦୀର୍ଘ ସମୟ ପରେ ଦୁହେଁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିଶେଷ ଫଟୋଗୁଡ଼ିକୁ ସେୟାର୍ କରିବା ସହିତ ସେ ଲେଖିଛନ୍ତି, ୧୭ ବର୍ଷ ଧରି ଆମେ ଦୁହେଁ ଆମ ପିଲାମାନଙ୍କୁ ବଡ଼ ହେଉଥିବାର ଦେଖିଛୁ। ଆମେ ଆମର ପ୍ରତ୍ୟେକ ସ୍ୱପ୍ନକୁ ପୂରଣ କରିଛୁ। ବର୍ତ୍ତମାନ ଆମେ ବିବାହର ସ୍ୱପ୍ନକୁ ମଧ୍ୟ ପୂରଣ କରିବାକୁ ନିଷ୍ପତ୍ତି ନେଇଛୁ। ସବୁଥର ଭଳି ଏହା ପାଇଁ କୌଣସି ଯୋଜନା କରାଯାଇ ନଥିଲା। ସର୍ବଶେଷରେ, ପ୍ରେମ ସବୁକିଛି କରାଇ ଦିଏ।

publive-image ndtv

ପ୍ରଶଂସକଙ୍କ ସହ ବଲିଉଡର ଜଣାଶୁଣା ତାରକାମାନେ ହଂସଲ ମେହତା ଏବଂ ସଫିନାଙ୍କୁ ବିବାହରେ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ହୁମା କୁରେଶି, ଅଭିନେତା ପ୍ରତୀକ ଗାନ୍ଧୀ, ରାଜକୁମାର ରାଓ, ମନୋଜ ବାଜପେୟୀ, ଏକତା କପୁରଙ୍କ ଭଳି ଅନେକ ତାରକା ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ହଂସଲ ମେହତା ଫିଲ୍ମ 'ସିଟିଲାଇଟ୍ସ', 'ଛଲାଙ୍ଗ', 'ସହିଦ୍', 'ଅଲିଗଡ଼', 'ଓମେରତା', 'ରାଖ୍', 'ସିମରନ' ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe