ଅକ୍ଷୟଙ୍କ ଅପମାନଜନକ ଟିପ୍ପଣୀ ପାଇଁ ମୁଁ ଅବସାଦଗ୍ରସ୍ତ ହୋଇଥିଲି, ସେ କ୍ଷମା ବି ମାଗିନଥିଲେ: ଅଭିନେତ୍ରୀ ଶାନ୍ତି ପ୍ରିୟା

Advertisment
ଅକ୍ଷୟଙ୍କ ଅପମାନଜନକ ଟିପ୍ପଣୀ ପାଇଁ ମୁଁ ଅବସାଦଗ୍ରସ୍ତ ହୋଇଥିଲି, ସେ କ୍ଷମା ବି ମାଗିନଥିଲେ: ଅଭିନେତ୍ରୀ ଶାନ୍ତି ପ୍ରିୟା

www.india.com

ମୁମ୍ବାଇ: ଅକ୍ଷୟଙ୍କ ଅପମାନଜନକ ଟିପ୍ପଣୀ ପାଇଁ ମୁଁ ଅବସାଦଗ୍ରସ୍ତ ହୋଇଥିଲି। ସେ କ୍ଷମା ବି ମାଗିନଥିଲେ। ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଶାନ୍ତି ପ୍ରିୟା କିଛି ଦିନ ତଳେ ଫିଲ୍ମ 'ଇକେ ପେ ଇକ୍କା'ର ସୁଟିଂ ସମୟରେ ଅଭିନେତା ଅକ୍ଷୟ କୁମାର ଦେଇଥିବା ଅପମାନଜନକ ଟିପ୍ପଣୀ ବିଷୟରେ କହିଥିଲେ। ସେ କହିଥିଲେ ଯେ ଅକ୍ଷୟ ଫିଲ୍ମର ପୂରା ଟିମ୍ ସାମ୍ନାରେ ତାଙ୍କ 'କଳା ଆଣ୍ଠୁ'କୁ ନେଇ ପରିହାସ କରିଥିଲେ ଏବଂ ଆଖପାଖରେ ଥିବା ସମସ୍ତେ ହସିଥିଲେ। ଏହି ଘଟଣା ପରେ ଶାନ୍ତି ଅବସାଦଗ୍ରସ୍ତ ହୋଇଯାଇଥିବା କହିଥିଲେ।

ଏବେ ଏକ ସାକ୍ଷାତକାରରେ ଶାନ୍ତିଙ୍କୁ ଏବିଷୟରେ ପଚରାଯିବାରୁ ସେ କହିଛନ୍ତି, ଅକ୍ଷୟଙ୍କ ପରିହାସ ପରେ ମୁଁ ମୋ ଆଣ୍ଠୁ ଲୁଚାଇବା ଆରମ୍ଭ କରିଥିଲି। ଘଟଣା ଘଟିବା ସମୟରେ ମୋର ବୟସ ୨୨ବର୍ଷ ଥିଲା। ସେଥିପାଇଁ ଅକ୍ଷୟଙ୍କ କଥା ମୋତେ ବହୁତ କଷ୍ଟ ଦେଇଥିଲା। ପରିହାସ କରିବା ପରେ ମୋତେ ଖରାପ ଲାଗିଥିବା ଜାଣିପାରି ଅକ୍ଷୟ ମୋ ପାଖକୁ ଆସିଥିଲେ ସତ, ହେଲେ ମୋତେ କ୍ଷମା ମାଗିନଥିଲେ। ସେ କେବଳ ଏତିକି କହିଥିଲେ, ମୁଁ ଥଟ୍ଟା କରୁଥିଲି। ଏହାକୁ ଗମ୍ଭୀରତାର ସହ ନିଅ ନାହିଁ। ଏହା କହି ସେ ଚାଲି ଯାଇଥିଲେ। ଏହି ଘଟଣା ଘଟିବା ଦିନ ଫିଲ୍ମର ‌ଶେଷ ସୁଟିଂ ଥିଲା। ସେଥିପାଇଁ ପରେ ମୁଁ ଆଉ ଅକ୍ଷୟଙ୍କ ସହ ଏବିଷୟରେ କଥା ହୋଇନଥିଲି। ହେଲେ ସେ କଥାଟି ମୋ ମନ ଭିତରେ ରହିଥିଲା। କେବଳ ମୁଁ ନୁହେଁ ମୋ ଭଉଣୀ ଭାନୁପ୍ରିୟାଙ୍କୁ ମଧ୍ୟ ତାଙ୍କ ରଙ୍ଗ ପାଇଁ ଅନେକ ସମୟରେ ଟ୍ରୋଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe