୪୦ ବର୍ଷରେ ପାଦ ଦେଲେ କ୍ୟାଟ୍ରିନା; ଜାଣନ୍ତୁ ତାଙ୍କ ସଂପର୍କିତ କିଛି ଜଣାଅଜଣା କଥା

Advertisment
୪୦ ବର୍ଷରେ ପାଦ ଦେଲେ କ୍ୟାଟ୍ରିନା; ଜାଣନ୍ତୁ ତାଙ୍କ ସଂପର୍କିତ କିଛି ଜଣାଅଜଣା କଥା

filmibeat.com

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ୩୯ତମ ଜନ୍ମଦିନ। ଏହି ଅବସରରେ ତାଙ୍କୁ କରୀନା କପୁରରୁ ନେଇ ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ଅନେକ ବଲିଉଡ୍‌ ତାରକା ଶୁଭେଚ୍ଛା ଜଣାଇଛନ୍ତି। ବିବାହ ପରେ ଏହା କ୍ୟାଟ୍‌ଙ୍କ ପ୍ରଥମ ଜନ୍ମଦିନ। ସେ କେବଳ ଯେ ଜଣେ ଭଲ ଅଭିନେତ୍ରୀ, ତାହା ନୁହେଁ। ସେ ଜଣେ ଖୁବ୍‌ ଭଲ ନୃତ୍ୟଶିଳ୍ପୀ ମଧ୍ୟ। ତାହାର ପ୍ରମାଣ ସେ ‘ସିଲା କି ଯୱାନି’, ‘ଚିକ୍‌ନି ଚମେଲି’, ‘ଇସ୍କ ଡ୍ୟାନ୍ସ’, ‘ମଲଙ୍ଗ’, ଓ ‘କାଲା ଚଷମା’ ଆଦି ଗୀତରେ ଦେଇ ସାରିଛନ୍ତି। ତେବେ ଏସବୁ କଥା ତ ଆପଣ ଜାଣନ୍ତି। ଚାଲନ୍ତୁ ତାଙ୍କ ଜନ୍ମଦିବସରେ ତାଙ୍କ ସଂପର୍କରେ ଏପରି କିଛି କଥା ବିଷୟରେ ଆଲୋଚନା କରିବା ଯାହା ହୁଏତ ଆପଣ ଜାଣିନଥିବେ।

ଆପଣ ଜାଣନ୍ତି କି କ୍ୟାଟ୍‌ ବଲିଉଡ୍‌ ଚଳଚ୍ଚିତ୍ର ବ୍ୟତୀତ କିଛି ଦକ୍ଷିଣ ଭାରତୀୟ ସିନେମାରେ ବି ଅଭିନୟ କରିଛନ୍ତି।

ସେ ହଙ୍ଗ୍‌କଙ୍ଗ୍‌ରେ ଜନ୍ମ ଗ୍ରହଣ କରିଥି‌ଲେ। କ୍ୟାଟ୍‌ କି‌ଶୋରୀ ଥିବା ବେଳେ ତାଙ୍କ ବାପା ଓ ମାଆଙ୍କର ବିବାହ ବିଚ୍ଛେଦ ହୋଇଯାଇଛି।

ଭାରତୀୟ ସିନେମା ଜଗତରେ ପାଦ ଦେବା ପୂର୍ବରୁ ସେ ଫଟୋଗ୍ରାଫର୍‌ ଅତୁଲ୍‌ କସ୍‌ବେକର୍‌ଙ୍କ ପାଇଁ କାମ କରୁଥିଲେ। ସେ ଅଭିନେତ୍ରୀ ହେବା ପୂର୍ବରୁ ଫେବିକଲ୍‌ ଓ ଲାଖ୍‌ମି ବିଜ୍ଞାପନରେ ନଜର ଆସିଥିଲେ।

ସେ ତେଲୁଗୁ ସିନେମା ମାଲିଶ୍ବରୀ ଓ ଅଲାରୀପିଡୁଗୁରେ ଅଭିନୟ କରିଥିବା ବେଳେ ମାଲାୟାଲାମ୍‌ ଫିଲ୍ମ ବଳରାମ୍‌ ଭର୍ସେସ୍‌ ତାରାଦାସରେ ଅଭିନୟ କରିଛନ୍ତି।

କ୍ୟାଟ୍‌ ୧୪ ବର୍ଷ ବୟସରେ ଏକ ଅଳଙ୍କାର ବିଜ୍ଞାପନ ଜରିଆରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe