ଭୁଲ୍‌ ଉତ୍ତର ଦେଇ ବି ବିଶ୍ବସୁନ୍ଦରୀ ହୋଇଥିଲେ ପ୍ରିୟଙ୍କା; ଜାଣନ୍ତୁ କ’ଣ ଉତ୍ତର ଦେଇଥିଲେ ସେ?

Advertisment
ଭୁଲ୍‌ ଉତ୍ତର ଦେଇ ବି ବିଶ୍ବସୁନ୍ଦରୀ ହୋଇଥିଲେ ପ୍ରିୟଙ୍କା; ଜାଣନ୍ତୁ କ’ଣ ଉତ୍ତର ଦେଇଥିଲେ ସେ?

ମୁମ୍ବାଇ: ଆଜି ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ୩୯ତମ ଜନ୍ମଦିବସ। ଉତ୍ତରପ୍ରଦେଶର ବରେଲିର ଝିଅ ପ୍ରିୟଙ୍କା ବଲିଉଡ୍‌ରୁ ନେଇ ହଲିଉଡ୍‌ ପର୍ଯ୍ୟନ୍ତ ଚାରିଆଡ଼େ ତାଙ୍କ ଦକ୍ଷତା ଦେଖାଇ ସାରିଛନ୍ତି। ଆପଣ ଜାଣନ୍ତି ଯେ ୨୦୦୦ମସିହାରେ ପ୍ରିୟଙ୍କା ବିଶ୍ବସୁନ୍ଦରୀ ମୁକୁଟ ଜିତିଥିଲେ। ତାଙ୍କୁ ସେତେବେଳେ ବୟସ ମାତ୍ର ୧୭ବର୍ଷ । ତା’ପରେ ହିଁ ତାଙ୍କ ପାଇଁ ବଲିଉଡ୍‌ର ରାସ୍ତା ପୂରାପୂରି ଖୋଲିଗଲା। ସେ ଗୋଟାଏ ପରେ ଗୋଟାଏ ‌ସିନେମାରେ ଅଭିନୟ ଅଫର୍‌ ପାଇ ଚାଲି‌ଲେ। ତେବେ ଆପଣ ଜାଣନ୍ତି କି ଯଦିଓ ପ୍ରିୟଙ୍କା ବିଶ୍ବସୁନ୍ଦରୀ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ, ମାତ୍ର ସେ ସେଠାରେ ଏକ ପ୍ରଶ୍ନର ଭୁଲ୍‌ ଉତ୍ତର ଦେଇଥିଲେ।

ପ୍ରିୟଙ୍କାଙ୍କୁ ପଚରା ଯାଇଥିଲା, ‘‘ଦୁନିଆର ସବୁଠାରୁ ସଫଳ ଜୀବିତ ମହିଳା କିଏ?’ ଯାହାର ଉତ୍ତରରେ ପ୍ରିୟଙ୍କା ଚୋପ୍ରା ମଦର୍ ଟେରେସାଙ୍କ ବିଷୟରେ କହିଥିଲେ। ସେ କହିଥିଲେ କି ‘ଦୁନିଆରେ ଅନେକ ସଫଳ ମହିଳା ଅଛନ୍ତି। ମୋତେ ସବୁଠାରୁ ଅଧିକ ପ୍ରଭା‌ବିତ କରିଛନ୍ତି ମଦର୍ ଟେରେସା। ମୁଁ ତାଙ୍କୁ ମୋ ମନରୁ ଶ୍ରଦ୍ଧା ଓ ସମ୍ମାନ କରେ । ସେ ଭାରତର ଲୋକଙ୍କ ପାଇଁ ଯାହା କରିଛନ୍ତି ତାହା ଅନ୍ୟ କେହି କରିନାହାନ୍ତି। ସେ ତାଙ୍କର ପୂରା ଜୀବନ ଅନ୍ୟର ସେବାରେ ବିତାଇ ଦେଇଛନ୍ତି।’’

ଆପଣ ଜାଣି ସାରିଥିବେ ନିଶ୍ଚୟ ଯେ ପ୍ରିୟଙ୍କା କ’ଣ ଭୁଲ୍‌ କହିଲେ। ତାଙ୍କୁ ଜୀବିତ ସଫଳ ମହିଳାଙ୍କ ନାଁ କହିବାକୁ କହାଯାଇଥିଲା। ମାତ୍ର ସେ ମଦର୍‌ ଟେରେସାଙ୍କ ନାଁ ନେଲେ। ଆମେ ଜାଣୁ ଯେ ମଦର ଟେରେସାଙ୍କର ୧୯୯୭ମସିହାରୁ ପରଲୋକ ହୋଇ ସାରିଛି। ସେ ଭୁଲ୍‌ ଉତ୍ତର ଦେବା ସତ୍ତ୍ବେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତିଯୋଗିତାକୁ ସମ୍ଭାଳି ନେଇଥିଲେ, ଯାହା ତାଙ୍କୁ ମୁକୁଟ ହାସଲ କରିବାରେ ସହାୟକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe