ରଣବୀରଙ୍କ ଜନ୍ମଦିନରେ ପ୍ରଥମ ସାକ୍ଷାତର ଏକ ଲଜ୍ଜାଜନକ ମୁହୂର୍ତ୍ତକୁ ମନେ ପକାଇଲେ ଆଲିଆ

Advertisment
ଚଳିତ ମାସରେ ବିବାହ କରିବେ ରଣବୀର-ଆଲିଆ

The Indian Express

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରେମ ସଂପର୍କ ବିଷୟରେ ଆପଣ ଜାଣିଥିବେ ନିଶ୍ଚୟ। ଏହି ଯୋଡ଼ି ଦୀର୍ଘ ଦିନ ହେବ ପରସ୍ପର ସହ ସଂପର୍କରେ ଅଛନ୍ତି। ସୋସିଆଲ୍‌ ମିଡିଆରେ ଏହି ଯୋଡ଼ି ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇ ଚାଲିଛନ୍ତି। ଆଗାମୀ ଦିନରେ ସେମାନଙ୍କ ବିବାହ ହେବ ବୋଲି ମଧ୍ୟ ଖବର ଆସୁଛି।

ଆଜି ରଣବୀରଙ୍କ ଜନ୍ମଦିନ। ଏହି ଅବସରରେ ଅଭିନେତ୍ରୀ ଆଲିଆ ତାଙ୍କ ଦୁହିଁଙ୍କର ପ୍ରଥମ ଭେଟକୁ ମନେ ପକାଇଛନ୍ତି। ସେ ଦୁହେଁ ସଞ୍ଜୟ ଲୀଲା ଭଂସାଲୀଙ୍କ ଏକ ଲଞ୍ଚ୍‌ ପାର୍ଟିରେ ସାଙ୍ଗ ହୋଇ ଲଞ୍ଚ୍‌ କରିବା ବେ‌ଳେ ପ୍ରଥମ ଥର ପାଇଁ ‌ଦେଖା ହୋଇଥିଲେ। ସେ ସମୟରେ ଦୁହେଁ ଦୁହିଁଙ୍କୁ ଦେଖି ଲାଜ କରୁଥିଲେ ବୋଲି ଆଲିଆ ପ୍ରକାଶ କରିଛନ୍ତି।

publive-image
India Today

ପୂର୍ବରୁ ଆଲିଆଙ୍କ ସଂପର୍କରେ ମତ ରଖି ରଣବୀର କହିଥିଲେ, ‘ମୁଁ ଆଲିଆଙ୍କୁ ଭେଟିବା ପୂର୍ବରୁ ତାଙ୍କର ଫ୍ୟାନ୍‌ ହୋଇଥିଲି। ମୋର ଜଣେ ବନ୍ଧୁ ମୋତେ କହିଥିଲେ କି ସେ ଅମିତାଭ ବଚ୍ଚନଙ୍କ ପରି। ଅଭିନୟରେ ଖୁବ୍ ନିଖୁଣ। ଏତେ କମ ବୟସରେ ବି ଖୁବ୍ ଭଲ କାମ କରିପାରୁଛନ୍ତି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଆଲିଆ ଅଭିନେତ୍ରୀ ହେବା ପୂର୍ବରୁ ମୁଁ ତାଙ୍କ ପ୍ରଶଂସକ ହୋଇ ସାରିଥିଲି।’

ଏ ନେଇ ଆଲିଆ କହନ୍ତି, ‘ସେ ଯାହା କହିଛନ୍ତି ତାହା ଠିକ୍। ମୁଁ ଭାବୁଛି ମୋତେ ସେତେବେଳେ ୧୧ ବର୍ଷ ବୟସ ହୋଇଥିଲା ଯେତେବେଳେ ମୁଁ ପ୍ରଥମେ ରଣବୀରଙ୍କୁ ଭେଟିଥିଲି। ରଣବୀର ସେ ସମୟରେ ଭଂସାଲୀଙ୍କୁ ତାଙ୍କ ଲଞ୍ଚ୍‌ ପାର୍ଟିରେ ଆସିଷ୍ଟ କରୁଥିଲେ। ମୋତେ ତାଙ୍କ ସହିତ ଏକ ଫଟୋସୁଟ୍ କରିବାକୁ ପଡ଼ିଥିଲା। ମୋତେ ତାଙ୍କ କାନ୍ଧରେ ମୁଣ୍ଡ ରଖିବାକୁ ପଡ଼ିଥିଲା ଓ ସେ ମୁହୂର୍ତ୍ତଟି ମୋ ପାଇଁ ଖୁବ୍ ଲଜ୍ଜାଜନକ ଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe