ସେଲଫି ଦେଲା ହାର୍ଦ୍ଦିକ-ଜାସ୍ମିନଙ୍କ ପ୍ରେମ ସର୍ମ୍ପକର ପ୍ରମାଣ !

Advertisment
ସେଲଫି ଦେଲା ହାର୍ଦ୍ଦିକ-ଜାସ୍ମିନଙ୍କ ପ୍ରେମ ସର୍ମ୍ପକର ପ୍ରମାଣ !

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ହାର୍ଦ୍ଦିକ ବ୍ରିଟିଶ ଗାୟିକା ଜାସ୍ମିନ ୱାଲିଆଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପୂର୍ବରୁ ଦୁହିଁଙ୍କ ସମାନ ପୁଲ୍ ଫଟୋ ଦେଖି ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ଜାସ୍ମିନଙ୍କ ଆଉ ଏକ ଫଟୋ ଚର୍ଚ୍ଚାକୁ ବଢ଼ାଇଛି। ଜାସ୍ମିନ ଏକ ସେଲଫି ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପାଖର ବସିିଥିବା ଜଣେ ଯୁବକର ହାତ ଦେଖାଯାଉଛି। ହାତରେ ଟାଟୁ ଥିବା ଦେଖାଯାଇଥିବା ବେଳେ ହାତଟି ହାର୍ଦ୍ଦିକଙ୍କର ବୋଲି ଲେ‌ାକେ ଦାବି କରିବା ଆରମ୍ଭ କରିଛନ୍ତି। ଏହି ଫଟୋ ସେୟାର କରି ଜାସ୍ମିନ, ହାର୍ଦ୍ଦିକଙ୍କୁ ଡେଟ୍ କରୁଥିବା ଖବରକୁ ସ୍ପଷ୍ଟ କରିଛନ୍ତି ବୋଲି ଅନେକ ମତ ରଖିଛନ୍ତି।

ତେବେ ଦୁହେଁ ଏପର୍ଯ୍ୟନ୍ତ ଏହି ଚର୍ଚ୍ଚା ଉପରେ ସିଧାସଳଖ ଭାବେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe