ପରିଣୀତି ଓ ରାଘବଙ୍କ ବିବାହକୁ ନେଇ ମୋହର ଲଗାଇଲେ ଅଭିନେତ୍ରୀଙ୍କ ସାଙ୍ଗ

Advertisment
ପରିଣୀତି ଓ ରାଘବଙ୍କ ବିବାହକୁ ନେଇ ମୋହର ଲଗାଇଲେ ଅଭିନେତ୍ରୀଙ୍କ ସାଙ୍ଗ

ନୂଆଦିଲ୍ଲୀ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା, ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ନଜର ଆସିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବ‌ୋଲି ଶୁଣିବାକୁ ମିଳିଥିଲା। ତେବେ ଏନେଇ ପରିଣୀତି କି ରାଘବ ଚଢ଼ା ଏଯାବତ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି। ଏହି କ୍ରମରେ ପରିଣୀତିଙ୍କ ସାଙ୍ଗ ତଥା ଗୀତିକାର ହାର୍ଡି ସନ୍ଧୁ ଏହି ଖବର ଉପରେ ପୁନଃଚ୍ଛେଦ ପକାଇଛନ୍ତି। ପରିଣୀତି ଓ ରାଘବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ହାର୍ଡି ସୂଚିତ କରିଛନ୍ତି।

ହାର୍ଡି ସନ୍ଧୁ କହିଛନ୍ତି, ‘ପରିଣୀତି ଶେଷରେ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି, ବିବାହ କରିବାକୁ ଚିନ୍ତା କରିଛନ୍ତି। ଏଥିପାଇଁ ମୁଁ ବହୁତ ଖୁସି। ମୁଁ ତାଙ୍କୁ ଶୁଭକାମନା ଜଣାଉଛି।  ଏନେଇ ମୁଁ ପରିଣୀତିଙ୍କୁ ଫୋନ କରି ବି ଶୁଭେଚ୍ଛା ଜଣାଇଛି।’

ନିକଟରେ ରାଘବ ସୋସିଆଲ ମିଡିଆରେ ନିଜର ଏକ ରାଲିର ଭିଡିଓ ସେୟାର କରିଥି‌ଲେ। ଏହି ଭିଡିଓ ସେୟାର ହେବା ମାତ୍ରେ ପରିଣୀତି ତୁରନ୍ତ ଲାଇକ କରିଥିଲେ। ଏହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପରିଣୀତି ଏପରି ଭାବେ ନିଜର ସମ୍ପର୍କକୁ ସୂଚିତ କରୁଛନ୍ତି ବୋଲି କହିଥିଲେ।

ଗତ ମଙ୍ଗଳବାର ଆପ୍ ସାଂସଦ ସଞ୍ଜୀବ ଆରୋରା ମଧ୍ୟ ଟ୍ବିଟ କରି ପରିଣୀତି ଓ ରାଘବଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଦୁହିଁଙ୍କୁ ନେଇ ହେଉଥିବା ଚର୍ଚ୍ଚା ସତ ବୋଲି ପ୍ରମାଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe