କେତେ ଟଙ୍କାରେ ନିଜକୁ ବିକିଲ? ପବନ ହିନ୍ଦୀ କହିବା ଉପରେ ଜୋର୍ ଦେବାରୁ ରାଗିଗଲେ ପ୍ରକାଶ

New Project (2)

ମୁମ୍ବାଇ: କେତେ ଟଙ୍କାରେ ନିଜକୁ ବିକିଲ? ପବନ ହିନ୍ଦୀ କହିବା ଉପରେ ଜୋର୍ ଦେବାରୁ ରାଗିଗଲେ ପ୍ରକାଶ। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥ‌ା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଫିଲ୍ମ 'ହରି ହରା ବୀରା ମଲ୍ଲୁ' ଜୁଲାଇ ୨୪ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବ। ଏହି ପ୍ୟାନ୍ ଇଣ୍ଡିଆ ଫିଲ୍ମର ରିଲିଜ୍ ତାରିଖ ଅନେକ ଥର ପରିବର୍ତ୍ତନ ହୋଇଛି। ଏବେ ଜୁଲାଇ ୨୪ ତାରିଖ ରିଲିଜ୍ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ପବନ ଫିଲ୍ମର ପ୍ରମୋସନ କରିବାରେ ଲାଗିପଡ଼ିଛନ୍ତି। ପ୍ରଚାର ସହିତ ସରକାରୀ କାମରେ ମଧ୍ୟ ସେ ନିୟୋଜିତ ଅଛନ୍ତି। ଏହି ସମୟରେ ସେ ଦେଇଥିବା ବୟାନ ପାଇଁ ତାଙ୍କୁ ବିବାଦୀୟ ହେବାକୁ ପଡ଼ିଛି। ଫିଲ୍ମର ପ୍ରଚାର ବେଳେ ସେ ଦକ୍ଷିଣ ଭାରତୀୟମାନଙ୍କୁ ହିନ୍ଦୀ ଶିଖିବାର ଗୁରୁତ୍ୱ ବୁଝାଇଥିଲେ। କିନ୍ତୁ ପ୍ରକାଶ ରାଜ୍ ଏହାକୁ ପସନ୍ଦ ନକରି ଏହି ପରାମର୍ଶକୁ ଲଜ୍ଜାଜନକ ବୋଲି କହିଛନ୍ତି। 

ପ୍ରକାଶ ରାଜ ପବନ କଲ୍ୟାଣଙ୍କ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ହିନ୍ଦୀ କହିବାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ବୁଝାଉଛନ୍ତି। ଭିଡିଓ ସେୟାର କରି ପ୍ରକାଶ ଲେଖିଛନ୍ତି, "ତୁମେ ନିଜକୁ କେତେ ଟଙ୍କାରେ ବିକ୍ରି କଲ? ଲଜ୍ଜାଜନକ!" ଏହା ପରେ ହ୍ୟାସଟ୍ୟାଗ୍ ଦେଇ ଜଷ୍ଟ ଆସ୍କିଂ" ବୋଲି ଲେଖିଛନ୍ତି। ଲୋକମାନେ ପ୍ରକାଶଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। 

ଉଲ୍ଲେଖଯୋଗ୍ୟ, ପବନ କଲ୍ୟାଣ କହିଥିଲେ ଯେ, "ତେଲୁଗୁ ଆମର ମାତୃଭାଷା ହୋଇପାରେ କିନ୍ତୁ ଆମର ରାଷ୍ଟ୍ର ଭାଷା ହିନ୍ଦୀ। ଆମେ ଘରେ ତେଲୁଗୁ କହିଥାଉ। କିନ୍ତୁ ଯେତେବେଳେ ଆମେ ସେହି ସୀମା ପାର କରୁ, ଆମକୁ ହିନ୍ଦୀ କହିବାକୁ ପଡ଼େ। ବିଶ୍ୱ ବିଭାଜନର ଉପାୟ ଖୋଜୁଛି। କିନ୍ତୁ ଆଜି ଆମେ ହିନ୍ଦୀରେ ଏକ ଦେଶ ଭାବରେ ଏକତ୍ର ହେବାର ଉପାୟ ଖୋଜୁଛୁ। ମୁଁ ଏପରି ଭାଷାକୁ ସ୍ୱାଗତ କରୁଛି। ଦ୍ରାବିଡ଼ ଭାଷା ହେଉ ବା ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ କିମ୍ବା ଆମ ଦେଶର ଅନ୍ୟ କୌଣସି ଭାଷା ହେଉ, ଆମକୁ ଆମର ମାତୃଭାଷାକୁ ସମ୍ମାନ କରିବା ଉଚିତ। ଯଦି ତାହା ଆମର ମାତୃଭାଷା, ତେବେ ହିନ୍ଦୀ ଆମର ପେଦାମ୍ମା (ମା'ଙ୍କ ବଡ଼ ଭଉଣୀ) ପରି। ଶିକ୍ଷା, ବ୍ୟବସାୟ କିମ୍ବା ବିଭିନ୍ନ କାର୍ଯ୍ୟରେ ଯେକୌଣସି ପ୍ରକାରର ଉନ୍ନତି ପାଇଁ, ଆମକୁ ସମସ୍ତ ଭାଷା ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡିବ। ଏପରି ସମୟରେ, ଆମେ ହିନ୍ଦୀକୁ ବିରୋଧ କରି ପ୍ରଗତିକୁ ରୋକୁଛେ। ହିନ୍ଦୀ ଶିଖିବା ନିଜକୁ ହରାଇବା ନୁହେଁ ବରଂ ନିଜକୁ ଶକ୍ତିଶାଳୀ କରିବା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe